ନୂଆଦୀଲ୍ଲୀ(ଏଟିଆର ବ୍ୟୁରୋ): କ୍ରିକେଟରେ ବଡ ପରିବର୍ତ୍ତନ । ଏବେ ତୃତୀୟ ଅମ୍ପାୟାର ଦେବେ ନୋ ବଲର ସୂଚନା । କ୍ରିକେଟ ମ୍ୟାଚ ଖେଳା ଯାଉଥିବା ବେଳେ ବହୁ ସମୟରେ ନୋ ବଲରେ ବ୍ୟାଟ୍ସ ମ୍ୟାନ ମାନେ ବୋଲରଙ୍କ ଦ୍ୱାରା ପିଙ୍ଗା ଯାଉଥିବା ନୋ ବଲରେ ଆଉଟୁ ହେଉଥିବାର ଦେଖା ଯାଏ । ତେବେ ଏହି ନୋ ବଲର ସୂଚନା ପଡିଆରେ ଥିବା ଅମ୍ପାୟାର ଦେଇଥାନ୍ତି । କିନ୍ତୁ ବେଳେ ବେଳେ ପଡିଆରେ ଥିବା ଅମ୍ପାୟାର ବୋଲରଙ୍କ ଦ୍ୱାରା ଫିଙ୍ଗା ଯାଉଥିବା ନୋ ବଲକୁ (ଯେଉଁ ବଲ ଟିକୁ ଫିଙ୍ଗାଲା ବେଳେ କ୍ରିଜରେ ଟଣା ହୋଇଥିବା ଗାରରେ ପାଦ ଆଗକୁ ରହିଲେ) ଦେଖି ପାରନ୍ତି ନାହିଁ । ଫଳରେ ଯେଉଁ ବଲରେ ଫ୍ରି ହିଟ ହେବାର ଥାଏ ସେହି ବଲରେ ବ୍ୟାଟ୍ସ ମ୍ୟାନକୁ ଆଉଟୁ ହେବାକୁ ପଡିଥାଏ ।
ଆଜଠାରୁି ଖେଳା ଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ ଟି-୨୦ ଶୃଙ୍ଖଳା ମ୍ୟାଚରେ ଏହି ନିୟମକୁ ପରିକ୍ଷା ମୂଳକ ଲାଗୁ କରାଯିବ । ଯଦି ଏହି ନିୟମ ସଫଳ ରହେ ତେବେ ଏହାକୁ ଦିନିକିଆ ମ୍ୟାଚରେ ଲାଗୁ କରାଯିବ । ଏହି ନିୟମ ଲଗୁ କରାଗଲେ ପଡ଼ିଆ ଅମ୍ପାୟାରଙ୍କ ବୋଲରଙ୍କ ପାଦର ନୋ ବଲ ଦେବାର ଅଧିକାର ହରାଇବେ । ଏନେଇ ଆଇସିସି ଗତକାଲି ସୂଚନା ଦେଇଛି । ଏହା ସହ ଆଇସିସ ପକ୍ଷରୁ କୁହାଯାଇଛି ଯେ, ପୂରା ପରୀକ୍ଷଣ ସମୟରେ ତୃତୀୟ ଅମ୍ପାୟାର ବୋଲରଙ୍କ ପ୍ରତ୍ୟେକ ବଲ ଉପରେ ନଜର ରଖିବେ। ଯଦି ବୋଲରଙ୍କ ପାଦ ଗାର ଅତିକ୍ରମ କରୁଛି, ତେବେ ତୃତୀୟ ଅମ୍ପାୟାର ପଡ଼ିଆ ଅମ୍ପାୟର ସହ ଆଲୋଚନା କରିବେ, ଯାହା ପରେ ନୋ ବଲ ଘୋଷିତ କରାଯିବ।