ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆକାଶରୁ ଉଳ୍ଲକା ଖସିବା ସବୁ ସମୟରେ ସାଧାରଣତ ଦେଖିବାକୁ ମିଳି ନଥାଏ । କିଞ୍ଚିତ ଦେଖିବାକୁ ମିଳିଥାଏ । ବୈଜ୍ଞାନିକଙ୍କ ସୂଚନା ଅନୁସାରେ ଆଜି ଯଦି ପାଗ ଭଲ ରହିଲା ତ ଏହି ବିରଳ ଦୃଶ୍ୟ ଆଜି ଦେଖିବାକୁ ମିଳିପାରେ । ଆଜି ରାତିରେ ଏହା ଦେଖିବାକୁ ମିଳିପାରେ । ରବିବାର ରାତି ୧୨ ଟା ରୁ ସକାଳ ପର୍ଯ୍ୟନ୍ତ ଉଲକା ଖସିବା ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ ଯେ ଏଇ ନିକଟରେ ଅମାବାସ୍ୟା ପଡୁଥିବାରୁ ଚନ୍ଦ୍ରଙ୍କର ତେଜ କମ୍ ରହିବ । ଯାହା ଦ୍ୱାରା ଉଲ୍ଲକା ଖସିବାକୁ ଭଲ ଭାବେ ଦେଖିହେବ । ଉଲକାପାତ ଗତ ୧୨ ଜୁଲାଇ ଠାରୁ ଆରମ୍ଭ ହୋଇ ସାରିଛି ଯାହା ଆସନ୍ତା ୨୩ ଅଗଷ୍ଟ ପର୍ଯ୍ୟନ୍ତ ଚାଲୁ ରହିବ । କିନ୍ତୁ ଆଜିର ଉଲକାପାତ ସ୍ପଷ୍ଟ ଦେଖି ହେବ । ଆଗକୁ ମଧ୍ୟ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଉଲକାପାତ ହେବ ମାତ୍ର ପୂର୍ଣ୍ଣିମା ଯୋଗୁ ଏହା ସେତେ ଉଜ୍ୱଳ ଦେଖାଯିବ ନାହିଁ ।