ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପାକିସ୍ତାନ ଆତଙ୍କବାଦୀ ଜୈଶ ଇ ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଜାତିସଂଘ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବା ପ୍ରସଙ୍ଗକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲି କଂଗ୍ରେସକୁ କରିଛନ୍ତି ଟାର୍ଗେଟ । ଜେଟଲି କହିଛନ୍ତି ମାସୁଦ ଆଝାରକୁ ଆର୍ନ୍ତାଜାତୀୟ ଘୋଷଣା ହେବା ଏହା ଭାରତ ପାଇଁ ଏକ ବଡ କୂ ଟ ନୈତିକ ସଫଳତା । ଯାହାକୁ ନେଇ ବିରୋଧି ଖୁସି ହେବା କଥା ମାତ୍ର ସେ ରାଜନୈତିକ ଫାଇଦା ପାଇଁ ଡରୁଛନ୍ତି । ଆହୁରି ମଧ୍ୟ ଜେଟଲି କହିଛନ୍ତି ଭାରତ ବିଗତ ୧୦ ବର୍ଷ ହେଲା ଯାହା କରିବାକୁ ପ୍ରୟାସ କରୁଥିଲା ତାକୁ ଆଜି ବିଜେପି କରିଛି ।
ବିରୋଧି କିନ୍ତୁ ଏହାକୁ ମଧ୍ୟ ସମାଲୋଚନା କରୁଛନ୍ତି । ଅତିତରେ ଦେଶରେ ଗୋଟେ ପରମ୍ପରା ଥିଲା ବିଦେଶ ନୀତି ଓ ରାଷ୍ଟ୍ରୀୟ ସୁରକ୍ଷା ପ୍ରସଙ୍ଗରେ ସମସ୍ତ ଏକ ହୋଇ ସ୍ୱର ଉଠାନ୍ତି ମାତ୍ର କିଛିମାସ ହେଲା ଏଥିରେ ବ୍ୟତିକ୍ରମ ଦେଖା ଦେଇଛି । ଏମିତି କହି ଜେଟଲି ସିଧା କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେତେବେଳେ ଭାରତ ଜିତିଥାଏ ସେତେବେଳେ ସମସ୍ତ ଭାରତୀୟ ଜିତିଥାନ୍ତି ମାତ୍ର ବିରୋଧି ଦଳରେ ଏମିତି କିଛି ବନ୍ଧୁ ଅଛନ୍ତି ଯେଉଁ ମାନେ ରାଜନୈତିକ ଉପଲବ୍ଧି ପାଇଁ ଏହାକୁ ଗ୍ରହଣ କରିବାକୁ ନାରାଜ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ସେହିଭଳି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସାତାରମଣ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହେବା ପରେ ସେ ପ୍ରତିକ୍ରିୟାରେ କହିଛନ୍ତି ଆତଙ୍କବାଦକୁ ମୂଳପୋଛ ହେବା ଦରକାର । ଜାତିସଂଘର ନିଷ୍ପତି ମହତ୍ୱପୂଣ୍ଣ ଘୋଷଣା ବୋଲି ସେ କହିଛନ୍ତି ।