ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ଆତ୍ମଘାତୀ ବିସ୍ଫୋରଣକୁ ନେଇ ଭାରତ ବିନା ପ୍ରମାଣରେ ପାକିସ୍ତାନ ଉପରେ ଦୋଷ ଲଦିବା ଅପେକ୍ଷା ନିଜ ଆତଙ୍କ ବିରୋଧ ନୀତିକୁ ଦ୍ୱିତୀୟ ଥର କରିବା ଉପରେ ଧ୍ୟାନ ଦେବା ଉଚିତ୍ ବୋଲି ଚୀନ୍ ର ମିଡିଆ ମତ ବ୍ୟକ୍ତ କରିଛି । ମିଡିଆ ସୂତ୍ରରୁ କୁହାଯାଇଛି କି ଭାରତର ବିନା କୌଣସି ପ୍ରମାଣରେ ସଂଯୁକ୍ତ ରାଷ୍ଟ୍ରରେ ମସୁଦ ଅଜହରକୁ ଆତଙ୍କବାଦୀ ହିସାବରେ ସୂଚିବଦ୍ଧ କରିବା ପ୍ରୟାସକୁ ରୋକିବା ପାଇଁ ଚୀନ୍ କୁ ଦୋଷ ଦେବା ଉଚିତ୍ ନୁହେଁ । ଅଜହର ବିରୋଧରେ ପ୍ରଣାମ ଜୁଟାଇବାରେ ଭାରତ ଫେଲ୍ ମାରିଛି ।
ଖବରମୁତାବକ, ଫେବ୍ରୁଆରୀ ୧୪ରେ ପୁଲୱାମାରେ ଭାରତୀୟ ନୌସେନାଙ୍କ ଉପରେ ଆତଙ୍କବାଦୀ ହମଲା ହୋଇଥିଲା । ଏହି ହମଲାର ଟାର୍ଗେଟ ଥିଲେ ସିଆରପିଏଫ୍ ଯବାନଙ୍କ କାଫିଲା । ଏଥିରେ ୪୦ ଜଣ ଯବାନ ସହୀଦ ହେବା ସହ ଅନେକ ଗୁରୁତର ଭାବେ ଆହତ ହୋଇଛନ୍ତି । ଏହା ଏକ ଆତ୍ମଘାତୀ ହମଲା ଥିଲା ।
ଏକ ଆର୍ଟିକିଲରେ କୁହାଯାଇଛି କି, ଦୀର୍ଘ ଦିନ ହେବ ଭାରତ ବିନା ପ୍ରମାଣରେ ପାକିସ୍ତାନ ଉପରେ ଏବଂ ଅନ୍ୟ ଆତଙ୍କବାଦୀ ସଂଗଠନ ଏବଂ ଚୀନ ଦ୍ୱାରା ପାକିସ୍ତାନକୁ ସମର୍ଥନ ପ୍ରଦାନ କରିବା ପାଇଁ ଆତଙ୍କବାଦୀ ହମଲାକୁ ପ୍ରୟୋଜିତ କରିବାର ଦୋଷ ଲଦୁଛି ।
ସେଥିରେ ଆହୁରୀ ମଧ୍ୟ ଲେଖା ହୋଇଛି କି , ‘ଅନ୍ୟ ଦେଶ ତଥା ଖାସ୍ କରି ଚୀନ୍ ଏବଂ ପାକିସ୍ତାନ ଉପରେ ଦୋଷ ଲଗେଇବା ଅପେକ୍ଷା ଭାରତ ସରକାର ନିଜର ଆତଙ୍କ ବିରୋଧୀ ନିତୀ ଉପରେ ଆତ୍ମନୀରିକ୍ଷଣ ଏବଂ କାଶ୍ମୀରର ଭାରତ ନିୟନ୍ତ୍ରଣ କୁ ଭଲ ଭାବେ ସଂଚାଳନ କରିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ । ଅଜହର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଅନେକ ଥର ରୂପ ବଦଳା ଯାଇଛି କାରଣ ଏନେଇ କୌଣସି ସଠିକ୍ ପ୍ରମାଣ ମିଳି ପାରି ନାହିଁ । ଚୀନ ପାଖରେ ଏହି ପ୍ରସଙ୍ଗକୁ ସାବଧାନତା ସହ ସମ୍ଭାଳିବା ପାଇଁ ଅନେକ କାରଣ ରହିଛି ।’