ଜେଏନୟୁରେ ମୁଖା ପିନ୍ଧି ଆକ୍ରମଣ ଘଟଣାକୁ ଏବେ ସାରା ଦେଶରେ ବିରୋଧ କରାଯାଉଛି । ବିଭିନ୍ନ ଛାତ୍ର ସଂଠନ ପକ୍ଷରୁ ମଧ୍ୟ ଏହାକୁ ନିନ୍ଦା କରାଯିବା ସହିତ ଆନ୍ଦୋଳନ କରାଯାଉଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଏଭଳି ଗୁଣ୍ଡାରାଜକୁ ଦୃଢ ନିନ୍ଦା କରାଯାଇଛି । ଗତକାଲି ରାତିରେ ଦିଲ୍ଲୀର ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଗେଟୱେ ନିକଟରେ ଏକତ୍ର ହୋଇ ଜେଏନୟୁ ସମର୍ଥନରେ ସ୍ଲୋଗାନ ଦେଇଥିବା ଦେଖିବାକୁ ମିଳିଛି ।
ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟର ଶିକ୍ଷାର୍ଥୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଜେଏନୟୁ ଘଟଣାକୁ ନିନ୍ଦା କରିଛନ୍ତି । ଅନ୍ୟପଟେ ଜେଏନୟୁର ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି କିଭଳି ଜେଏନୟୁର ସିକ୍ୟୁରୁଟି ଏବଂ ପୋଲିସ ଥାଉ ଥାଉ ସେମାନେ କ୍ୟାମ୍ପସ ଭିତରକୁ ପ୍ରବେଶ କରି ଏତେବଡ କାଣ୍ଡ ଘଟାଇଲେ । ପାଟଣା ବିଶ୍ୱବିଦ୍ୟାଳୟ, ପଞ୍ଜାବ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀ ମଧ୍ୟ ଜେଏନୟୁ ପାଇଁ ଆନ୍ଦୋଳନ କରିଛନ୍ତି।