ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିବିଆଇର ନୂତନ ନିର୍ଦ୍ଦେଶକ ଭାବେ ୧୯୮୫ ବ୍ୟାଚର ମହାରାଷ୍ଟ୍ର କ୍ୟାଡର ଆଇପିଏସ ସୁବୋଧ ଜୈସୱାଲଙ୍କୁ କେନ୍ଦ୍ର ସରକାର ନିଯୁକ୍ତି କରିଛନ୍ତି । ସୁବୋଧ ବର୍ତ୍ତମାନ ସିଆଇଏସଏଫର ଡିଜି ରହିଥିବା ବେଳେ ସିବିଆଇର ମୁଖ୍ୟ ଭାବେ ୨ ବର୍ଷ ଯାଏଁ ତାଙ୍କ କାର୍ଯ୍ୟକାଳ ରହିବ ।
ଗତବର୍ଷ ଫେବୃଆର ମାସରୁ ସିବିଆଇର ଏହି ପଦ ଖାଲି ପଡିଥିଲା । ଏହି ପଦରେ ନୂତନ ନିଯୁକ୍ତି ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ସୋମବାର ସନ୍ଧ୍ୟାରେ ବୈଠକ ବସିଥିଲା । ଏହି ବୈଠକରେ ଜଷ୍ଟିସ ଏନ.ଭି.ରମଣ ଏବଂ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସାମିଲ ଥିଲେ ।