ଛତିଶଗଡ ( ଏଟିଆର ବ୍ୟୁରୋ) : ବିଲ ଭିତରେ ଓଲଟିଲା ଚିନି ବୋଝେଇ ଟ୍ରକ । ଛତିଶଗଡ ରାୟପୁରରୁ ଚିନି ବୋଝେଇ କରି କଣ୍ଟାବାଞ୍ଜି ଯାଇଥିଲା ଟ୍ରକ୍ । ଚିନି ନେଇ ଯାଉଥିବା ବେଳେ ଆଜି ସକାଳୁ ସକାଳୁ ଭାରସାମ୍ୟ ହରାଇ ଟ୍ରକ ଟି ଓଲଟି ପଡିଥିଲା ବିଲ ଭିତରକୁ । ଏଥିରେ ଟ୍ରକରେ ରହିଥିବା ଡ୍ରାଇଭର ଗୁରୁତର ଆହାତ ହୋଇଛନ୍ତି । ଏହା ସହ ଟ୍ରକ୍ ରେ ଥିବା ହେଲପର ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।
ଡ୍ରାଇଭରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ନୂଆପଡା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନୂଆପଡା ଚିକିତ୍ସାଳୟରେ ତଙ୍କ ଚିକିତ୍ସା ଚାଲିଛି । ସୂଚନା ମୁତାବକ ଟ୍ରକରେ ପାଖାପାଖି ୩୦ ଟନ ଚିନି ରହିଥିବା ଅନୁମାନ କରାଯାଉଛି । ଏଥିରୁ ଅଧାରୁ ଅଧିକ ଚିନି ବିଲ ଭିତରେ ପଡି ରହିଛି । ଏହା ସହ ମଧ୍ୟ ଅଧା ବସ୍ତା ଫାଟି ଯାଇଛି । ସାମାନ୍ୟ ବର୍ଷା ହେଲେ ସମସ୍ତ ଚିନି ପାଣିରେ ଧୋଇ ହୋଇ ଯିବାର ଆଶଂକା ରହିଛି । ଏହି ସମୟରେ ଚିନି ନେବାପାଇଁ ସ୍ଥାନୀୟ ଲୋକେ ଚେଷ୍ଟା କରୁଥିଲେ ।
ଏହି ସମୟରେ ତୁରନତ ଖବର ପାଇ ଘଟଣା ସ୍ଥଳରେ ଲଖନା ପୋଲିସ ପହଞ୍ଚି ଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚିବାରୁ ସବୁ ଚିନି ସୁରକ୍ଷିତ ରହିଛି । ବର୍ତ୍ତମାନ ସୁଦ୍ଧା ଡ୍ରାଇଭର ଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ନୂଆପଡା ଚିକିତ୍ସାଳୟର ଡାକ୍ତର ସୁଚନା ଦେଇଛନ୍ତି ।