ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା ବଡ ପଦକ୍ଷେପ ତଥା ଧାରା ୩୭୦ ହଟାଯିବା ପରେ ଏହାକୁ ସମସ୍ତେ ସମର୍ଥନ ଜଣାଉଥିବା ବେଳେ, ବିରୋଧୀ ଦଳ କଂଗେସ ଏହାକୁ ବିରୋଧ କରୁଛି । ମାତ୍ର ମୋଦି ସରକାରଙ୍କ ଏହି ନିଷ୍ପତିକୁ ରାୟବରେଲିର ସଦର ସିଟ୍ ରୁ କଂଗ୍ରେସ ବିଧାୟକ ଆଦିତି ସିଂହ ସ୍ୱାଗତ ଜଣାଇଛନ୍ତି ।
ବିଧାୟକ ଆଦିତି ସିଂହ କହିଛନ୍ତି କି, ଏହା ଏକ ଐତିହାସିକ ନିଷ୍ପତି ଏବଂ ଏହା ଉପରେ ରାଜନୀତି କରିବା ଉଚିତ୍ ନୁହେଁ । ଏହାଦ୍ୱାରା ଜାମ୍ମୁ-କାଶ୍ମୀରର ଲୋକେ ମୁଖ୍ୟଧାରା ସହିତ ଯୋଡି ହୋଇଯିବ । ଜଣେ ବିଧୟାକ ହିସାବରେ ଏହି ନିଷ୍ପତିକୁ ମୁଁ ସ୍ୱାଗତ କରୁଛି ।
ସଦନରେ ନେତା ପ୍ରତିପକ୍ଷ ଗୁଲାମ ନବି ଆଜାଦ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି କହିଥିଲେ କି, ଅତିରିକ୍ତ ସୁରକ୍ଷାବଳ ପଠାଇବା ପରେ ଏହି ଆଶଙ୍କା ରହିଥିଲା ।
ଖବରମୁତାବକ, ଲଗାତର ଭାବେ ଚାଲିଥିବା କାଶ୍ମୀର ପ୍ରସଙ୍ଗକୁ ନେଇ ସୋମବାର ଭାରତ ସରକାର ଏକ ବଡ ନିଷ୍ପତି ନେଇଥିଲେ । ଯେଉଁଥିରେ କାଶ୍ମୀରରେ ଜାରିଥିବା ଧାରା ୩୭୦ କୁ ଉଠାଯାଇଛି ।