ନୂଆଦିଲ୍ଲୀ( ଏଟିଆର ବ୍ୟୁରୋ): ଦେଶର ସମସ୍ତ ରାଜନୈତିକ ଦଳ ମାନଙ୍କୁ ମାନ୍ୟବର ସୁପ୍ରିମକୋର୍ଟ ଦେଇଛନ୍ତି ବଡ ଝଟ୍କା । ଇଲେକ୍ଟୋରାଲ ବଣ୍ଡ ମାଧ୍ୟମରେ ରାଜନୈତିକ ଦଳ ମାନେ କେତେ ଟଙ୍କା ଚାନ୍ଦା ପାଇଛନ୍ତି ତାର ହିସାବ ଏବଂ ସମସ୍ତ ତଥ୍ୟ ଏକ ବନ୍ଦ ଳଫାପାରେ ନର୍ବାଚନ କମିଶନରଙ୍କୁ ଦେବାକୁ ସର୍ବୋଚ୍ଚ ନ୍ୟାୟଳୟ ନିର୍ଦେଶ ଦେଇଛନ୍ତି । ଚାନ୍ଦା ଦେଉଥିବା ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ଯଥା- ନାମ , ଠିକଣା, ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଦେବାକୁ ନିର୍ଦେଶ ଦେଇଛନ୍ତି । ମେ ୩୦ ସୁଦ୍ଧା ଏହି ତଥ୍ୟ ଦେବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି । ସେହିପରି ନିର୍ବାଚନ ସମୟରେ ଇଲେକ୍ଟ୍ରୋରାଲ ବଣ୍ଡ ବିକ୍ରି ନ କରିବାକୁ କୋର୍ଟ ନିର୍ଦେଶ ଦେଇଛି । ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କୁ ନେଇ ତିନିଜଣିଆ ଖଣ୍ଡପିଠ ଗୁରୁବାର ଏହି ରାୟକୁ ସରଂକ୍ଷିତ ରଖିଥିଲେ ।
ଏହି ଖଣ୍ଡପିଠ କହିଥିଲେ ଯେ ଏଇ ଇଲେକ୍ଟ୍ରୋରାଲ ବଣ୍ଡ କିଣୁଥିବା ଲୋକ ବିଷୟରେ ସରକାରଙ୍କ ପାଖରେ କୌଣସି ତଥ୍ୟ ନଥାଏ । ତେଣୁ ଆୟକର ବିଭାଗ ଉପରେ ଏହା ଗୋଟେ ବଡ ପ୍ରଭାବ ପକାଇବ । ତେବେ ବ୍ୟାଙ୍କ ମାଧ୍ୟମରେ ବଣ୍ଡ କିଣାଯାଉଥିବାରୁ କେୱାଇସି ଜଣାଥାଏ ବୋଲି କହିଥିଲେ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଳ । ଇଲେକ୍ଟୋରାଲ ବଣ୍ଡ ଜାରି କଲି ନିର୍ବାଚନ ପାଣ୍ଠି ସଂଗ୍ରହ କରିଥାନ୍ତି ରାଜନୈତିକ ଦଳ । ଗତ କାଲି ଶୁଣାଣି ପରେ ଆଜିି ରାୟ ଦବାକୁ ଧାର୍ଯ୍ୟ କରିଥିଲେ କୋର୍ଟ । ନିର୍ବାଚନ ବଣ୍ଡ ବିକ୍ରିକୁ ନେଇ ସୁପ୍ରିମ କୋର୍ଟର୍ଙ୍କ ଦ୍ୱାରସ୍ଥ ହୋଇଥିଲା ଏକ ଏନ୍ଜିଓ । ନର୍ବାଚନୀ ପକ୍ର୍ରିୟାକୁ ସ୍ୱଚ୍ଛ ରଖିବା ପାଇଁ କିଏ ଏହି ବଣ୍ଡ କିଣୁଛି ବୋଲି ସାର୍ବଜନୀନ କରିବାକୁ ଏହି ଏନଜିଓ ଅପିଲ କରିଥିଲା ।