ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏଣିକି ଆରଟିଆଇ ପରିସରରେ ରହିବ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏନେଇ ଆଜି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି । କିଛି ନିର୍ଦ୍ଦଷ୍ଟ ସର୍ତ୍ତ ସହ ଆରଟିଆଇ ପରିସର ଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ୟ୍ୟାଳୟ । ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ଏହାର ସମସ୍ତ ଶୁଣାଣି ଅପ୍ରେଲ ମାସରେ ଶେଷ କରିଥିଲେ । ପୂର୍ବରୁ ବିଚାରପତିଙ୍କ କାର୍ୟ୍ୟାଳୟକୁ ଆରଟିଆଇ ଅଧିନରେ ଆଣିବାକୁ ଅଫିଲ ହୋଇଥିଲା ।
ଏନେଇ ଦିଲ୍ଲୀ ହାଇକୋର୍ଟ ରାୟ ଦେଇଥିଲେ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟକୁ ଆରଟିଆଇ ପରିସରଭୁକ୍ତ କରିବାକୁ । ଯାହାକୁ ନେଇ ୨୦୧୦ ମସିହାରେ ବିବାଦ ଦେଖା ଦେଇଥିଲା । ସିଆଇସି ଓ ହାଇକୋର୍ଟଙ୍କ ଆଦେଶକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରୀ ୨୦୧୦ରେ ଚ୍ୟାଲେଞ୍ଜିଂ କରିଥିଲେ । ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ଷ୍ଟେ କରି ଦେଇଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବରେ ୫ଜଣିଆ ଖଣ୍ଡପୀଠ ଏହି ଶୁଣାଣି କରିଛନ୍ତି ।