ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାହୁଳ ଭାରତୀୟ ନାଁ ବିଦେଶି ନେଇ ବିଜେପି ପକ୍ଷରୁ ସୁପ୍ରିମକୋର୍ଟ ମାମଲା ଖାରଜ ହୋଇଛି । ଯାହାଫଳରେ ରାହୁଳଙ୍କୁ ଟିକେ ଆସ୍ୱସ୍ତି ମିଳିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ନାମରେ ବିଜେପି ସାଂସଦ ସୁୂବ୍ରମଣ୍ୟମ ସ୍ୱାମୀ, ଚନ୍ଦ୍ରପ୍ରକାଶ ତ୍ୟାଗୀ, ଭଗବାନ ଗୋୟଲ ରାହୁଳ ବିଦେଶର ଏକ କମ୍ପାନୀରେ ସେ ବ୍ରିଟିସ ନାଗରିକ ବୋଲି ଦର୍ଶାଇଥିବା ଏମାନେ ଅଭିଯୋଗ କରିଥିଲେ ।
ଆହୁରି ମଧ୍ୟ ଅଭିଯୋଗ କାରୀ ମାନେ କହିଥିଲେ କି ରାହୁଳ ଯେହେତୁ ଭାରତର ନାଗରିକ ନୁହଁନ୍ତି ତେଣୁ ସେ ଦେଶର ସାମ୍ବିଧାନିକ ନିର୍ବାଚନ ପ୍ରକିୟାରେ ଭାଗନେଇ ପାରିବେ ନାହିଁ ବୋଲି ଅଭିଯୋଗ କରିଥିଲେ । ତେବେ ଏ ନେଇ ପ୍ରଧାନ ବିଚାରପତି ରଞ୍ଜନ ଗେଗେଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପିଠ ମାମଲାର ଶୁଣାଣି କରି କୌଣସି କମ୍ପାନୀରେ କେହି ନିଜକୁ କୌଣସି ଦେଶର ନାଗରିକ ବୋଲି ଦର୍ଶାଇଲେ ତାର ନାଗରିକତା ବଦଳିଯାଏ ବୋଲି ପ୍ରଶ୍ନ କରିଥିଲେ ।
କୋର୍ଟ ମାମଲାର ଗୁରୁତ୍ୱ ନଥିବା ଦର୍ଶାଇ ମାମଲାକୁ ଖାରଜ କରିଛନ୍ତି । ଯାହାଫଳରେ ମାମଲାଟି ଏଇଠି ଶେଷ ହୋଇଛି । ସୂଚନାଯୋଗ୍ୟ ରାହୁଲଙ୍କ ନାଗରିକତା ନେଇ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ରାହୁଳଙ୍କୁ ସମାଲୋଚନା କରିଥିଲେ । ରାହୁଳ କେଉଁ ଦେଶର ନାଗରିକ ବୋଲି କଂଗ୍ରେସ ସ୍ପଷ୍ଟ କରିବାକୁ ସମ୍ବିତ ଗଣମାଧ୍ୟମରେ କହିଥିଲେ । ସେହିଭଳି ଏଇ ନିକଟରେ ରାହୁଳ ଚୌକିଦାର ଚୋର ହେ ନାରା ପାଇଁ ସୁପ୍ରିମକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ।