ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁରୁଷଙ୍କ ଭଳି ମହିଳାଙ୍କୁ ସେନାରେ ସ୍ଥାୟୀ କମିଶନ ମିଳିବାକୁ ନେଇ ସୁପ୍ରିମ କୋର୍ଟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ସେନାରେ ମହିଳାମାନଙ୍କୁ ବି ସ୍ଥାୟୀ କମିଶନ ମିଳିବା ପାଇଁ କୋର୍ଟ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସୁପ୍ରିମ କୋର୍ଟ ର ଦୁଇ ଜଣିଆ ଖଣ୍ଡପୀଠ ଏହି ନିଷ୍ପତି ଲାଗୁ କରିବା ପାଇଁ ସରକାରଙ୍କୁ ତିନି ମାସ ସମୟ ମାଗିଛନ୍ତି । ଏଥିରେ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ଏବଂ ଜଷ୍ଟିସ୍ ଅଜୟ ରସ୍ତୋଗୀ ସାମିଲ ଥିଲେ ।
ଏନେଇ ସୁପ୍ରିମ କେର୍ଟ ପକ୍ଷରୁ କୁହାଯାଇଛି କି, ସାମାଜିକ ଧାରଣାର ଆଧାରରେ ମହିଳାମାନଙ୍କୁ ସମାନ ମଉକା ନମିଳିବା କଥା ଚିନ୍ତାର ବିଷୟ ଏବଂ ଅସ୍ୱିକାର୍ଯ୍ୟ ଅଟେ । ମହିଳା ସେନା ଅଧିକାରୀଙ୍କୁ ସ୍ଥାୟୀ କମିଶନ ନେଦେବା ସରକାରଙ୍କ ପୂର୍ବାଗହକୁ ଦର୍ଶାଉଛି ।
କୋର୍ଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି କେନ୍ଦ୍ରସରକାରଙ୍କୁ ମହିଳାଙ୍କ ପ୍ରତି ମାନସିକତା ପରିବର୍ତ୍ତନ କରିବାକୁ ହେବ ଏବଂ ସେନାରେ ସମାନତା ଆଣିବାକୁ ପଡିବ । ମହିଳାମାନଙ୍କ କମାଣ୍ଡ ପୋଷ୍ଟ ଉପରେ ପ୍ରତିବନ୍ଧକ ଅତର୍କିତ ଏବଂ ସମାନତା ବିରୋଧୀ ଅଟେ ।
ଏନେଇ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି, ସମାନତା ଅଧିକାର ଏକ ତର୍କ ସଙ୍ଗତ ଅଧିକାର । ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି କି ଯଦି ମହିଳା ମାନଙ୍କ କ୍ଷମତା ଏବଂ ଉପଲବ୍ଧି ଉପରେ କୌଣସି ସନ୍ଦେହ କରାଯାଏ ତେବେ ମହିଳାଙ୍କ ସମେତ ସେନାଙ୍କର ବି ଅପମାନ ହେବ ।