ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୦୦୮ର ଗ୍ରାମ ନ୍ୟାୟଳୟ ଆଇନ ଅନୁସାରେ, ସବୁ ରାଜ୍ୟର ପ୍ରତ୍ୟକ ଗ୍ରାମରେ ଲୋକମାନଙ୍କୁ ନିଜ ଘର ପାଖରେ ଆଇନର ସହାୟତା ଯୋଗାଇଦେବା ପାଇଁ, ସୁପ୍ରିମକୋର୍ଟ ସବୁ ରାଜ୍ୟମାନଙ୍କୁ ଗ୍ରାମ ନ୍ୟାୟାଳୟ ସ୍ଥାପନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା ଓ ଗ୍ରାମ ନ୍ୟାୟାଳୟ ସ୍ଥାପନ କରି ନ ଥିବାରୁ ସୁପ୍ରିମକୋର୍ଟ ଓଡ଼ିଶା ସମେତ ଅନ୍ୟ ୭ଟି ରାଜ୍ୟକୁ ୧ତାଗିଦ କରିବା ସହିତ ୧ଲକ୍ଷ ଟଙ୍କା ଲେଖାଁଏ ଜୋରିମାନା କରିଛନ୍ତି ।
‘ନ୍ୟାସନାଲ ଫେଡେରେସନ ଅଫ ସୋସାଇଟିଜ୍ ଫର ଲାଷ୍ଟ ଜଷ୍ଟିସ’ ଏବଂ ‘ୟୁନିୟନ ଅଫ ଇଣ୍ଡିଆ ଆଣ୍ଡ ଅଦରସ’ ମଧ୍ୟରେ ଚାଲିଥିବା ମାମଲାର ଶୁଣାଣୀ କରି କରି ସୁପ୍ରିମକୋର୍ଟ ଆଜି ଏଭଳି ଆଦେଶ ଦେଇଛନ୍ତି ।
ଓଡ଼ିଶା ସମେତ ଚଣ୍ଡିଗଡ, ଗୁଜୁରାଟ, ହରିୟାଣା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗକୁ ସୁପ୍ରିମକୋର୍ଟ ୧ଲକ୍ଷ ଟଙ୍କା ଜୋରିମାନା ଦେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ଅତି ଶୀଘ୍ର ଗ୍ରାମ ନ୍ୟାୟାଳୟ ସ୍ଥାପନା କରିବାକୁ ତାଗିଦ କରିଛନ୍ତି ।