ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଆଉ ନାହାନ୍ତି । ୬୭ ବର୍ଷ ବୟସରେ ତାଙ୍କର ଦୁଃଖଦ ଦେହାନ୍ତ ଘଟିଛି । ହୃଦଘାତ ପରେ ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁୟଟ ଅଫ ମେଡିକାଲ ସାଇନ୍ସ(ଏମ୍ସ)ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରାତି ୧୦ଟା ୨୦ ମିନିଟରେ ତାଙ୍କର ଦେହାନ୍ତ ଘଟିଛି । ମୋଦୀ ସରକାରରେ ଏକ କର୍ମଯୋଗୀ ମନ୍ତ୍ରୀଙ୍କ ମଧ୍ୟରୁ ସେ ଥିଲେ ଜଣେ । ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁର ମାତ୍ର ୩ ଘଣ୍ଟା ପୂର୍ବରୁ ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟ୍ରେ ସେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। ଟ୍ୱିଟ୍ ସେ ଉଲ୍ଲେଖ କରିଥିଲେ- ପ୍ରଧାନମନ୍ତ୍ରୀ ଜୀ- ଆପଣଙ୍କୁ ଅଭିନନ୍ଦନ। ମୁଁ ନିଜର ଜୀବନରେ ଏହି ଦିନ ଦେଖିବା ପାଇଁ ଅପେକ୍ଷା କରିଥିଲି।
ସୁଷମାଙ୍କ ଶେଷ ଟ୍ଵିଟ୍ ଏମିତି ଥିଲା, ଯାହା ପୂରା ଦେଶବାସୀଙ୍କୁ କରିଛି ଭାବବିହ୍ଵଳ କରିଦେଇଛି । ସୁଷମାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେହିଭଳି ବିଜେପି ସାଂସଦ ସ୍ମୁତି ଇରାନୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ, ବହୁଜୁନ ସମାଜ ପାର୍ଟି ନେତ୍ରୀ ମାୟାବତୀ, ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ପିନାରଇ ବିଜୟନ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଏନସିପି ମୁଖ୍ୟ ଶରଦ ପାୱାର, ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବାଇଜଲ ମଧ୍ୟ ଶୋକ ଜଣାଇଛନ୍ତି ।
ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ଓ ବିଦେଶ ମନ୍ତ୍ରୀ ସ୍ୱରାଜଙ୍କ ନିଧନରେ ଶୋକ ପ୍ରକାଶ କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ହମିଦ କରଜାଇ କହିଛନ୍ତି, ଭଉଣୀ ସୁଷମାଙ୍କ ଜଣେ ଶକ୍ତିଶାଳୀ ନେତ୍ରୀ ଥିଲେ । ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦ ମଧ୍ୟ ସ୍ୱରାଜଙ୍କ ନିଧନରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଜଣେ ଭଲ ବନ୍ଧୁଙ୍କ ପରଲୋକ ହୋଇଛି ।