ଜୟପୁର (ଏଟିଆର ବ୍ୟୁରେ):ଆମ ଦେଶ ସ୍ୱାଧୀନ ହେବା ଦିନଠୁ ଜାମ୍ମୁ କାଶ୍ମୀରକୁ ନେଇ ବହୁବାର ବିବାଦ ଲାଗି ରହିଛି ି । ଏହି ବିବାଦରେ ବହୁ ଯବାନଙ୍କୁ ଶହୀଦ ହେବାକୁ ପଡିଛି । କିନ୍ତୁ ରାଜ୍ୟ ସରକାର ଏହି ବିବାଦକୁ ଗତକିଛି ଦିନ ତଳେ ଅନ୍ତ କରିଛନ୍ତି । ଜାମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରିଛନ୍ତି । ଏହା ପରେ ମଧ୍ୟ ବିଭିନ୍ନ ସ୍ଥାନରେ ବିବାଦ ଦେଖିବାକୁ ମିଳିଛି ।
ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୟପୁରର ଭିଲୱାର ଜିଲ୍ଲା ସାହାପୁର ସହରରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ଡ. ଶ୍ୟାମାପ୍ରଶାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତକୁ କିଛି ଦୁର୍ବୃତ୍ତ ଭାଙ୍ଗିଦେଇଛନ୍ତି । ଡ. ଶ୍ୟାମାପ୍ରଶାଦ ମୁଖାର୍ଜୀ କାଶ୍ମୀରି କୁ ସ୍ୱତନ୍ତ୍ର ମାନ୍ୟତା ନଦେବା ପାଇଁ ବିରୋଧ କରୁଥିଲେ । ସୂଚନା ଅନୁଯାଇ ୨୦୧୮ ମସିହା ମାର୍ଚ୍ଚ ମାସରେ କୋଲକତା ଓ ଆସାମରେ ମଧ୍ୟ ଡ. ଶ୍ୟାମାପ୍ରଶାଦ ମୁଖାର୍ଜୀଙ୍କ ମୂର୍ତ୍ତିକୁ ଭଙ୍ଗାଯାଇଥିଲା ।
ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ର ନିନ୍ଦା କରିଥିଲେ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଧାରା ୩୭୦ ଉଚ୍ଛେଦକୁ ନେଇ ଦୁର୍ବୁତ୍ତ ଏହି ଭଳି କରିଛନ୍ତି । ଏହାକୁ ନେଇ ଭିଲୱାର ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଏହି ଘଟଣାକୁ ନେଇ ସ୍ଥାନୀୟ ବାସିନ୍ଦା ତିବ୍ର ନିନ୍ଦା କରୁଛନ୍ତି ।