ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ୨୧ ଫେବୃଆରୀ ରୁ ଆରମ୍ଭ ହେବାକୁଥିବା ଆଇସିସି ମହିଳା ଟି-20 ବିଶ୍ୱ କପ ପାଇଁ ଭାରତ ୧୫ଜଣ ସଦସ୍ୟ ଯୁକ୍ତ ଦଳ ଘୋଷଣା କରିଛି । ଏହି ଟିମ ଟି କ୍ୟାପଟେନ ହରମନପ୍ରିତ କୌରଙ୍କ ଅଧିନରେ ବିଶ୍ୱ କପ ଖେଳିବେ ।
ତେବେ ଏହି ଦଳରେ କେବଳ ଗୋଟିଏ ମାତ୍ର ନୂଆ ଚେହେରାଙ୍କୁ ସୁଯୋଗ ଦିଆଯାଇଛି । ପଶ୍ଚିମ ବଙ୍ଗଳାର ରିଚ୍ଚା ଘୋଷଙ୍କୁ ଦଳରେ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି ।
ରିଚ୍ଚା ଘୋଷ ନିକଟରେ ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ । ରିଚ୍ଚା ଗୋଟିଏ ମ୍ୟାଚରେ ୨୬ଟି ବଲ ଖେଳି ୪ଟି ଚଉକା ଓ ଗୋଟିଏ ଛକା ସାହାର୍ଯ୍ୟରେ ୩୬ରନ ହାସଲ କରିଥିଲେ ।
ସେପଟେ ହରିଆଣାର ୧୫ ବର୍ଷିୟ ସେଫାଳି ବର୍ମା ମଧ୍ୟ ଅନ୍ତରାଷ୍ଟ୍ରିୟ ସ୍ତରରେ ଭଲ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ବିଶ୍ୱ କପ ଖେଳିବାକୁ ଯାଉଛନ୍ତି । ତେବେ ଏହି ଟିମରେ
ହରମନପ୍ରିତ କୌର (କ୍ୟାପ୍ଟେନ)
ସ୍ମୃତି ମଧ୍ୟାନା
ସେଫାଳି ବର୍ମା
ଯୋମିମା ରୋଡ୍ରିଙ୍ଗଜ
ହରଲିନ ଦେୱଲ
ଦିପ୍ତି ଶର୍ମା
ବେଦା କୃଷ୍ଣମୃର୍ତ୍ତି
ରିଚ୍ଚା ଘୋଷ
ତାନିୟା ଭାଟିଆ
ପୁନମ ୟାଦବ୍
ଋାଧା ୟାଦବ୍
ରାଜେଶ୍ୱରୀ ଗାୟକୱାଡ୍
ଶିଖା ପାଣ୍ଡେ
ପୂଜା ବସ୍ତ୍ରକାର
ଅରୁନ୍ଧତୀ ରେଡ୍ଡି ପ୍ରମୁଖ ଅଛନ୍ତି ।