ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ପର୍ଯ୍ୟନ୍ତ ଆପଣମାନେ ଅନେକ ମନ୍ଦିର ବିଷୟରେ ଶୁଣିଥିବେ ବା ଜାଣିଥିବେ । ଯେଉଁଠି ଦମ୍ପତି ଏକା ସଙ୍ଗରେ ପୂଜା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ସଂପର୍କ ଦୃଢ ହେବା ସହ ଦୀର୍ଘ ଦିନ ଯାଏଁ ଚାଲିଥାଏ । କିନ୍ତୁ ଆପଣମାନେ କେବେ ଭାବିଛନ୍ତି କି ଦମ୍ପତି ଏକା ସଙ୍ଗରେ ଭଗବାନଙ୍କୁ ପୂଜା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଯାଏ । ଆଜ୍ଞା ହଁ କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଆଜି ଆମେ ଆପଣଙ୍କୁ ଏଭଳି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠି ପତି-ପତ୍ନୀ ଏକ ବେଳେ ପୂଜା କରିବା ଦ୍ୱାରା ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥାଏ ।
ହିମାଞ୍ଚଳ ପ୍ରଦେଶର ରାଜଧାନୀ ଶିମଲା ର ରାମପୁରରେ ଏହି ମନ୍ଦିର ଅବସ୍ଥିତ । କୋଟି ମାତା ନାମରେ ଏହି ମନ୍ଦିର ପ୍ରସିଦ୍ଧ । ଏହି ମନ୍ଦିର ମା ଦୁର୍ଗାଙ୍କୁ ସମର୍ପିତ । ଯଦି ଏହି ମନ୍ଦିରରେ କୌଣସି ପତି-ପତ୍ନୀ ଏକା ସଙ୍ଗରେ ପୂଜା କରନ୍ତି ତେବେ ସେମାନଙ୍କର ଛାଡପତ୍ର ହୋଇଯାଏ । କେବଳ ଏତିକି ନୁହେଁ ଏହି ମନ୍ଦିରରେ ପତି-ପତ୍ନୀ ଏକା ବେଳେ ଦର୍ଶନ ବି କରି ପାରିବେ ନାହିଁ ।
ସେଠାକାର ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଯଦି କୌଣସି ଦମ୍ପତି ଏକା ସଙ୍ଗରେ ମନ୍ଦିରରେ ମାତାଙ୍କ ଦର୍ଶନ କରନ୍ତି ତେବେ ତାଙ୍କୁ ଦଣ୍ଡ ଭୋଗିବାକୁ ପଡିଥାଏ ।
ପୁରାତନ ମାନ୍ୟତା ରହିଛି କି ଯେତେବେଳେ ଭଗବାନ ଗଣେଶ ଏବଂ କାର୍ତ୍ତିକେୟଙ୍କ ମଧ୍ୟରେ ସବୁଠାରୁ ଶ୍ରେଷ୍ଠ ଏବଂ ପ୍ରଥମେ କାହାର ବିବାହ ହେବାକୁ ନେଇ ପ୍ରତିଯୋଗିତା ହୋଇଥିଲା । ସେହି ସମୟରେ ବ୍ରହ୍ମା କହିଲେ କି ସାରା ବ୍ରହ୍ମାଣ୍ଡର ଚକ୍କର କାଟି ଯିଏ ପ୍ରଥମେ ଆସିବ , ସେ ହିଁ ସର୍ବ ଶ୍ରେଷ୍ଠ ଏବଂ ତାଙ୍କ ବିବାହ ପ୍ରଥମେ ହେବ । ତାପରେ କାର୍ତ୍ତିକେୟ ତାଙ୍କ ବାହାନ ମୟୂର ଉପରେ ବସି ସାରା ବ୍ରହ୍ମାଣ୍ଡ ଚକ୍କର କାଟିବା ପାଇଁ ବାହାରି ପଡିଲେ, କିନ୍ତୁ ଗଣେଶ ପାର୍ବତୀ ଏବଂ ଶିବଙ୍କର ପରିକ୍ରମା କଲେ ଏବଂ କହିଲେ କି ମାତା-ପିତାଙ୍କ ଚରଣରେ ହିଁ ସାରା ବ୍ରହ୍ମାଣ୍ଡ ରହିଛି ।
ମାତ୍ର ଯେତେବେଳେ କାର୍ତ୍ତିକ ସାରା ବ୍ରହ୍ମାଣ୍ଡ ପରିକ୍ରମା କରି ଫେରିଲେ ସେତେବେଳେ ସେ ଦେଖିଲେ କି ଗଣେଶଙ୍କର ବିବାହ ହୋଇସାରିଛି ଏବଂ ତାଙ୍କୁ ସର୍ବ ଶ୍ରେଷ୍ଠା ଆଖ୍ୟା ଦିଆଯାଇଛି । ସେହି କାରଣରୁ କାର୍ତ୍ତିକ ରାଗିଗଲେ ଏବଂ ସେ ବିବାହ କରିବେ ନାହିଁ ବୋଲି ପ୍ରତିଜ୍ଞା କଲେ । ଏହାପରେ କାର୍ତ୍ତିକଙ୍କ ପ୍ରଣରେ ମାତା ପାର୍ବତୀ କ୍ରୋଧିତ ହୋଇ କହିଲେ କି ଯେଉଁ ଦମ୍ପତି ଏକା ସଙ୍ଗରେ ତାଙ୍କର ଦର୍ଶନ କରିବେ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଯିବ । ସେହି କାରଣରୁ ଏହି ମନ୍ଦିରରେ ପତି-ପତ୍ନୀ ଏକାଠି ଦର୍ଶନ କରନ୍ତି ନାହିଁ ।