ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ମିଷ୍ଟରପରଫେକ୍ଟନିଷ୍ଟ ଅମୀର ଖାଁ ଏବଂ ମହାନାୟକ ଅମିତାଭ ବଚ୍ଚନ ଦୁହେଁ ଫିଲ୍ମ ‘ଠଗସ୍ ଅଫ୍ ହିନ୍ଦୋସ୍ତାନ’ରେ ଏକାଠି ସ୍କ୍ରିନ୍ ସେୟାର କରୁଥିବାର ନଜର ଆସିବେ ।
ଗୋଟେ ସପ୍ତାହ ହେଲାଣି ଫିଲ୍ମର ମୋଶନ ପୋଷ୍ଟା ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ଏହି ମଧ୍ୟରେ ଫିଲ୍ମ ନିର୍ମାତା ପୁଣି ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଫିଲ୍ମର ସମସ୍ତ କଳାକାର ଏକାଠି ନଜର ଆସୁଛନ୍ତି ।
ଅମୀର ଖାଁ ଏବଂ ଅମିତାଭ ବଚ୍ଚନଙ୍କ ସହିତ ଏହି ନୂଆ ପୋଷ୍ଟରରେ ‘ଠଗସ୍ ଅଫ୍ ହିନ୍ଦୋସ୍ତାନ’ର ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଫତିମା ସନାଙ୍କ ଜବରଦସ୍ତ ଝଲକ ଦେଖିବାକୁ ମିଳିଛି ।
ଅମୀର ଖାଁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରି ଲେଖିଛନ୍ତି କି, ‘ନିଜକୁ ମିଷ୍ଟର ବଚ୍ଚନଙ୍କ ସହିତ ଏକାଠି ପୋଷ୍ଟରରେ ଦେଖିବା ମୋ ପାଇଁ କୌଣସି ସ୍ୱପ୍ନ ଠାରୁ କମ ନୁହେଁ । ମୋତେ ଏବେ ବି ବିଶ୍ୱାସ ହେଉନି’ ।
ଏହି ନୂଆ ପୋଷ୍ଟରରେ ଅମୀର ଖାଁ ଏବଂ ଅମିତାଭ ବଚ୍ଚନ ଖଣ୍ଡା ବୁଲାଉ ଥିବାର ନଜର ଆସୁଛନ୍ତି । ସେହିପରି ଫତିମା ସନା ତୀର ମାରୁଥିବା ବେଳେ କ୍ୟାଟ୍ରନା କୈଫଙ୍କୁ ଜବରଦସ୍ତ ଅନ୍ଦାଜରେ ଦେଖିବାକୁ ମିଳିଛି ।