ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସି-ଇ –ମହମ୍ମଦ ଭାରତ ଉପରେ ଆକ୍ରମଣ କରିପାରେ । ଏନେଇ ବିଭିନ୍ନ ଏଜେନ୍ସି ପକ୍ଷରୁ ସୂଚନା ମିଳିଛି । ଅଯୋଧ୍ୟା ରାୟକୁ ନେଇ ଏଭଳି କିଛି ଭିଆଇ ପାରନ୍ତି ଆତଙ୍କି ସଂଗଠନ । ଏନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଇଣ୍ଟେଲିଜେନ୍ସ ବ୍ୟୁରୋ ଏନେଇ ମଧ୍ୟ ସୂଚନା ଦେଇଛି । ଘଟଣାକୁ ନେଇ ବରିଷ୍ଠ ଅଧିକାରୀଙ୍କ କହିବା କଥା ସମସ୍ତ ଗୁଇନ୍ଦା ସଂସ୍ଥା ଏବେ ସେଇ ଗୋଟିଏ କଥା କହୁଛନ୍ତି ।
ଭାରତରେ ବଡ ଧରଣର ଅଘଟଣ ଘଟାଇବା ପାଇଁ ଆତଙ୍କି ଅପେକ୍ଷାରେ ଅଛନ୍ତି । ଆତଙ୍କବାଦିଙ୍କ ଟାର୍ଗେଟରେ ଦିଲ୍ଲୀ , ଉତ୍ତର ପ୍ରଦେଶ, ହିମାଚଳ ପ୍ରଦେଶ ରହିଛି । ଜାମ୍ମୁକାଶ୍ମୀରୁ ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଆତଙ୍କିଙ୍କ ଟାର୍ଗେଟରେ ଭାରତ ରହିଛି । ଅନ୍ୟପଟେ ଏବେ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।