ଜାମ୍ମୁ ( ଏଟିଆର ବ୍ୟୁରୋ): ପୁଲୱାମା ଆକ୍ରମଣ ପରଠାରୁ ଆତଙ୍କବାଦୀ ପ୍ରତି ଭାରତ କଠୋର ହୋଇଛି । ଟିକେ ଆତଙ୍କବାଦୀ ସୁରାକ ପାଇଲେ ସାଙ୍ଗେ ସାଙ୍ଗେ ଆରମ୍ଭ କରୁଛି ସର୍ଚ୍ଚ ଅପରେସନକରି ଆତଙ୍କବାଦିଙ୍କୁ ଏନକାଉଣ୍ଟର କରୁଛି । ସବୁଠାରୁ ବଡ କଥା ହେଉଛି ଗତ ୬ ମାସ ମଧ୍ୟରେ ଜାମ୍ମୁକାଶ୍ମୀରରେ ୧୨୧ ଜଣ ଆତଙ୍କି ସୁରକ୍ଷା ବଳଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧ ଜଣ ରହିଛନ୍ତି ପାକିସ୍ତାନର । ମୃତକଙ୍କ ମଧ୍ୟରୁ ୮୨ ପ୍ରତିଶତ ଆତଙ୍କି କେବଳ କାଶ୍ମୀର ଘାଟିର ବୋଲି ଜଣା ପଡିଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ପୁଲୱାମାରୁ ୩୬, ୩୪ ରୋପିଆଁ, ୧୬ ଆତଙ୍କି ଅନନ୍ତ ନାଗର ବୋଲି ଜଣା ପଡିଛି ।
ଅନ୍ୟପଟେ ଭାରତର ଏତେ କଷାଂର ମନୋଭାବ ପରେ ବି ଆତଙ୍କବାଦିରେ ଭତ୍ତି ହେବା କମି ନାହିଁ । ୨୦୨୯ରେ ମଧ୍ୟ ବହୁତ ଯୁବକ ଆତଙ୍କବାଦି ସଂଗଠନରେ ନିଜକୁ ସାମିଲ କରିଛନ୍ତି । ସୂଚନା ଅନୁସାରେ ୨୦୧୯ରେ ୭୬ ଯୁବକ ଆତଙ୍କବାଦି ସଂଗଠନରେ ସାମିଲ ହୋଇଛନ୍ତି । ଯେଉଁଥିରେ ହିଜବୁଲ ମୁଜାହିଦନରେ ୩୯ ଜଣ ଓ ୨୧ ଜଣ ଜୌସହି ମୋହମଦରେ ସାମିଲ ହୋଇଛନ୍ତି ।
ସେହିଭଳି ଜାମ୍ମୁକାଶ୍ମୀରରେ ୨୨୮ ପଥର ଫିଙ୍ଗା ମାମଲା ଏବଂ ୧୦ ଥର କାଶ୍ମୀର ବନ୍ଦ ଡାକରା ଦିଆଯାଇଛି ଗତ ୬ ମାସ ମଧ୍ୟରେ । ଗତ ମେ ମାସରେ କେବଳ ପଥରବାଜି ୧୦୧ ମାମଲା ଓ ୧୧୪ ବିକ୍ଷୋବ ପଦର୍ଶନ ମାମଲା ରୁଜୁ ହୋଇଛି । ସେହିଭଳି ଗତ ୬ ମାସ ମଧ୍ୟରେ ୭୧ ଜଣ ଯବାନ ସହିଦ ହୋଇଥିବା ବେଳେ ୧୧୫ ଯବାନ ଗୁରୁତର ଆହତ ହୋଇଛନ୍ତି । ଯେଉଁଥିରେ ଅଛନ୍ତିି ପୁଲୱାମା ହମଲାରେ ସହିଦ ହୋଇଥିବା ୪୦ ଜଣ ଯବାନ ।
dସୂଚନାଯୋଗ୍ୟ ଗତ ଫେବୃଆରୀ ମାସରେ ପୁଲୱାମାରେ ଯବାନଙ୍କ ବସକୁ ଆଇଡି ବିସ୍ପୋରଣ କରି ଉଡାଇ ଦେଇଥିଲେ ଆତଙ୍କୀ । ତେବେ ଏହା ପରେ ୧୫ ଜଣ ଯବାନ କାଶ୍ମୀରରେ ବିଭିନ୍ନ ସର୍ଚ୍ଚ ଅପରେସନ ସମୟରେ ଆତଙ୍କିକ କୁଳିରେ ସହିଦ ହୋଇଛନ୍ତି ।