ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଅସ୍ତବ୍ୟସ୍ତ କରୁଛି । ଚାରିଆଡେ ଏବେ କରୋନାକୁ ନେଇ ଚିନ୍ତାରେ ଲୋକମାନେ । ଏମିତିକି ଏବେ ସାଧାରଣ ଥଣ୍ଡା କାଶ ଟିକେ ହୋଇଗଲେ ମଧ୍ୟ ଚିନ୍ତିତ ହୋଇ ପଡୁଛନ୍ତି ଲୋକେ । ତେବେ ଏହି ଭିତରେ ହୋଇଥିବା ଏକ ଅଧ୍ୟୟନରେ ଏକ ନୂଆ କଥା ସାମ୍ନାକୁ ଆସିଛି । କରୋନା ଭାଇରସ ପ୍ରଧାନ ଲକ୍ଷଣ ଜ୍ୱର ନୁହେଁ ବୋଲି ଏକ ଗବେଷଣାରୁ ଏବେ ଜଣା ପଡିଛି ।
ଏମ୍ସ ଦିଲ୍ଲୀ ଅଧିନରେ ହୋଇଥିବା ଏକ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି । ଏହି ଅଧ୍ୟନରେ ଜଣା ପଡିଛି ମାତ୍ର ୧୭ ପ୍ରତିଶତ ରୋଗୀଙ୍କ ନିକଟରେ ଜ୍ୱରର ଲକ୍ଷଣ ରହିଛି । ଅଧିକାଂଶ ରୋଗର ଲକ୍ଷଶ ବିହୀନ । କାଶ, କ୍ଲାନ୍ତପଣ, ଶ୍ୱସ କ୍ରିୟାରେ କଷ୍ଟ, ସ୍ୱାଦ ଏବଂ ଘ୍ରାଣଶକ୍ତି ହ୍ରାସ , ଡାଇରିଆ ଏବଂ ମାଂସପେଶୀ ଯନ୍ତ୍ରଣା ମଧ୍ୟ କରୋନା ଲକ୍ଷଣ ହୋଇପାରେ । ଅନ୍ୟପଟେ ଏହି ନିକଟରେ କେନ୍ଦ୍ରମନ୍ତ୍ରଣାଳୟ ସ୍ୱାଦ ଏବଂ ଘ୍ରାଣ ଶକ୍ତି ହ୍ରାସ , ଡାଇରିଆକୁ କରୋନାର ନୂଆ ଲକ୍ଷଣ ଭାବେ ଯୋଡା ଯାଇଛି ।