ଗୁଜୁରାଟ(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜୁରାଟର ସୋମନାଥରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ । ଉଦଘାଟନ ହେବାକୁ ଥିବା ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ସୋମନାତ ପ୍ରୋମେନାଡ, ସୋମନାଥ ପଦର୍ଶନୀ କେନ୍ଦ୍ର, ଓ ପୁରୁଣା ସୋମନାଥର ପୁନଃ ନିର୍ମାଣ ମନ୍ଦିର ପରିସର ଅନ୍ତର୍ଭୁକ୍ତ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାମନ୍ତ୍ରୀ ପାର୍ବତୀ ମନ୍ଦିରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିବେ ।
ମୋଟ ୪୭ କୋଟିରୁ ଅଧିକ ଟଙ୍କା ମୂଲ୍ୟରେ ପ୍ରସାଦ ଯୋଜନା ଅଧିନରେ ସୋମନାଥ ପ୍ରୋମେନେଡ୍ ବିକଶିତ କରାଯାଇଛି । ପୁରୁଣା ସୋମନାଇ ପୁନଃ ନିର୍ମାଣ ମନ୍ଦିର ପରିସରର ଶ୍ରୀ ସୋମନାଥ ଟ୍ରଷ୍ଟ ଦ୍ୱାରା ସମୁଦାୟ ୩.୫ କେରଟଇ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି । ଏହି ମନ୍ଦିରକୁ ଅହଲ୍ୟବାଇ ମନ୍ଦିର ବୋଳଇ କୁହାଯାଏ । କାରଣ ଏହା ଇନ୍ଦୋରର ରାଣୀ ଅହଲ୍ୟାବାଇଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପୁରାତନ ମନ୍ଦିରଟି ଧ୍ୱଂସ ହୋଇଯାଇଥିଲା ।
ମୋଟ ୩୦ କୋଟି ଟଙ୍କା ବ୍ୟୟରେ ପାର୍ବତୀ ମନ୍ଦିର ନିର୍ମାଣ ହେବାକୁ ପ୍ରସ୍ତାବ ଦିଆଯାଇଛି । ଏଥିରେ ସୋମପୁରା ସାଲାଟସ ଶୌଳୀରେ ମନ୍ଦିର ନିର୍ମାଣ ସହିତ ଗର୍ଭଗୃହ ଓ ନାଟମଣ୍ଡପ ବିକାଶ ଅନ୍ତର୍ଭୁକ୍ତ ହେବ ।