ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ସାରା ବିଶ୍ୱ ଏବେ କରୋନା ଭାଇରସ କବଳିତ ହୋଇ ରହିଛି । ଦିନକୁ ଦିନ ଏହାର ପ୍ରକୋପ ବଢିବାରେ ଲାଗିଛି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଉଛି । ତେବେ ଏହାରି ଭିତରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ ପାଇଁ ଗାଇଡ ଲାଇନ ଜାରି କରାଯାଇଛି । ରାଜ୍ୟ ଭିନ୍ନକ୍ଷମ କମିଶନର ରାଜ୍ୟ ନୋଡାଲ ଅଫିସର ଭାବେ କାମ କରିବେ ।
ଜିଲ୍ଲା ସ୍ତରରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନୋଡ଼ାଲ ଅଫିସର ଭାବେ କାର୍ୟ୍ୟ କରିବେ । ନିୟମିତ ଭାବେ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝିବେ ନୋଡ଼ାଲ ଅଧିକାରୀ । ଯାତାୟାତ ପାଇଁ ଟ୍ରାଇସାଇକଲ ଖରାପ ହେଲେ ତୁରନ୍ତ ମରାମତି କରିବ ବିଭାଗ ।ଗାଇଡଲାଇଲ ଅନୁସାରେ କରୋନା ସମୟରେ ଦିବ୍ୟାଙ୍ଗ ସରକାରୀ କର୍ମଚାରୀ ମାନେ ଅଫିସ ଆସିବେ ନାହିଁ । ଦିବ୍ୟାଙ୍ଗଙ୍କ କେୟାର ଟେକର କରୋନା ବିମାଭୁକ୍ତ ହେବେ । ସୂଚନା ଯେଗ୍ୟ ଭାରତରେ ବର୍ତ୍ତମାନ ସୁଦ୍ଧା ୪ ଲକ୍ଷ ୯୦ ହଜାର ୪୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି ।