ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାର୍ଚ୍ଚ ପହିଲାରୁ ଅନେକ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ସିଧା ସଳଖ ସାଧାରଣ ଜନତାଙ୍କ ଉପରେ ପଡିବ । ଯଦି ଆପଣଙ୍କର ଏସବିଆଇରେ ଆକାଉଣ୍ଟ ଅଛି, ତେବେ ଏହାର ପ୍ରଭାବ ଆପଣଙ୍କ ଉପରେ ବି ପଡିବ । ଆଜ୍ଞା ହଁ କେୱାଇସି ପୁରଣ ନକରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କ ଖାତା ବନ୍ଦ ହୋଇପାରେ ।
ଏହାବ୍ୟତିତ ଏହି ପରିବର୍ତ୍ତନରେ ୨ହଜାର ଟଙ୍କିଆ ନୋଟ ଧୀରେ ଧୀରେ ବନ୍ଦ ହେବା ଏବଂ ଏଟିଏମ କାର୍ଡ ମାନେ ଡେବିଟ କିମ୍ବା କ୍ରେଡିଟ କାର୍ଡ ସହ ଜଡିତ ନିମୟ ସାମିଲ ଅଛି । ଗତବର୍ଷ ଜିଏସଟି ପରିଷଦ ପକ୍ଷରୁ ଲଟେରୀ ସହ ଜଡିତ ଟ୍ୟାକ୍ସ ରେ ବି ପରିବର୍ତ୍ତନ କରାଯିବାର ଫଇସଲା କରାଯାଇଥିଲା, ଯାହା ମାର୍ଚ୍ଚ ୧ ରୁ ଲାଗୁ ହେବାକୁ ଯାଉଛି ।
ଯଦି ଆପଣ ଆପଣଙ୍କ ଏସବିଆଇ ଖାତାରେ କେୱାଇସି କରି ନାହାନ୍ତି । ତେବେ ସେଥିପାଇଁ ଫେବୃଆରୀ ୨୮ ଶେଷ ତାରିଖ । ଏନେଇ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଏସଏମଏସ ଜରିଆରେ ସୂଚିତ କରାଯାଇଛି । ନଚେତ୍ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ।
କେୱାଇସି କରିବା ପାଇଁ ଭୋଟର ଆଇଡି, ପାସପୋର୍ଟ,ଡ୍ରାଇଭିଂ ଲାଇସେଂସ, ମନରେଗା କାର୍ଡ, ପେନସନ୍ କାର୍ଡ, ଟେଲିଫୋନ୍ ବିଲ୍, ବିଦ୍ୟୁତ ବିଲ୍, ବ୍ୟାଙ୍କ ଖାତା ବିବରଣୀ, ରାସନ କାର୍ଡ ଆଦି ମଧ୍ୟରୁ କୌଣସି ଏକ ଡକ୍ୟୁମେଣ୍ଟ ଜରୁରୀ ଅଟେ ।
ଅନ୍ୟପଟେ ଗ୍ରାହକଙ୍କ ସୁବିଧା ପାଇଁ ଏଟିଏମରୁ ୨ ହଜାର ଟଙ୍କିଆ ନୋଟ୍ କୁ ଧୀରେ ଧୀରେ ହଟାଯାଉଛି । ଇଣ୍ଡିଆନ୍ ବ୍ୟାଙ୍କ ତାର ଏଟିଏମ ରେ ୨ ହଜାର ଟଙ୍କିଆ ନୋଟ୍ ଭର୍ତ୍ତି କରିବା ବନ୍ଦ କରି ଦେଇଛି । ଯେଉଁ ଗ୍ରାହକଙ୍କୁ ୨ ହଜାର ଟଙ୍କିଆ ନୋଟ୍ ଆବଶ୍ୟକ ସେମାନେ ବ୍ୟାଙ୍କକୁ ଯାଇ ଆଣିପାରିବେ ।