ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜୁନ୍ ୧ ରୁ ହେବାକୁ ଯାଉଛି ଅନେକ ପରିବର୍ତ୍ତନ । ଏହି ପରିବର୍ତ୍ତନର ପ୍ରଭାବ ସାଧାରଣ ଲୋକଙ୍କ ଜୀବନ ଉପରେ ସିଧା ସଳଖ ପଡିପାରେ । ଏଥିରେ ରେଲୱେ, ଏୟାରଲାଇନ୍ସ, ଗ୍ୟାସ ସିଲିଣ୍ଡର, ପେଟ୍ରୋଲ-ଡିଜେଲ ଦର, ରାଶନ କାର୍ଡ ଆଦି ସାମିଲ ଅଛି ।
ଗତ କିଛି ଦିନ ହେବ ଅନେକ ରାଜ୍ୟରେ ଭ୍ୟାଟ ବଢାଇ ତେଲ ମହଙ୍ଗା କରାଯାଇଛି । ଏବେ ମିଜୋରାମ ସରକାରଙ୍କ ପକ୍ଷରୁ ଜୁନ୍ ୧ ରୁ ରାଜ୍ୟରେ ପେଟ୍ରୋଲ ଉପରେ ୨.୫ ପ୍ରତିଶତ ଏବଂ ଡିଜେଲ ଉପରେ ୫ ପ୍ରତିଶତ ଭ୍ୟାଟ ବଢାଯିବା ଲାଗି ଘୋଷଣା କରାଯାଇଛି । ଯାହାଫଳରେ ରାଜ୍ୟରେ ପେଟ୍ରୋଲ ଏବଂ ଡିଜେଲ ଦର ମହଙ୍ଗା ହୋଇଯିବ । ସେହିପରି ଜମ୍ମୁ-କଶ୍ମୀରରେ ବି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଛି ।
ଲକ୍ ଡାଉନ୍ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ଲୋକଙ୍କ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଜୁନ୍ ୧ ଅତିରିକ୍ତ ୨୦୦ ଟି ଟ୍ରେନ୍ ଚାଲିବାକୁ ଯାଉଛି । ଏହ ସମସ୍ତ ଟ୍ରେନ୍ ନନ୍ ଏସି ରହିଛି । ଏହି ୨୦୦ ଟ୍ରେନ୍ ସହିତ ପୂର୍ବରୁ ଚାଲୁଥିବା ୩୦ ଟି ଟ୍ରେନ୍ ବି ପରିଚାଳନା ହେବ । ଏନେଇ ରେଳମନ୍ତ୍ରୀ ପିୟୂଷ ଗୋୟଲ ସୂଚନା ଦେଇଛନ୍ତି ।
ବିମାନ କମ୍ପାନୀ ଗୋ ଏୟାର ଜୁନ୍ ୧ ରୁ ଘରୋଇ ବିମାନ ଉଡାଣ ସେବା ଆରମ୍ଭ କରିବାକୁ ଯାଉଛି । ଅନ୍ୟ ବିମାନ କମ୍ପାନୀ ଗୁଡିକୁ ସେମାନଙ୍କର ଉଡାଣ ସେବା ମେ ୨୫ ରୁ ଆରମ୍ଭ କରିଦେଇଛନ୍ତି । କିନ୍ତୁ କିଛି ସମସ୍ୟା ପାଇଁ ଗୋ ଏୟାର ବିମାନ ସେବା ବିଳମ୍ବ ହୋଇଛି ।
ସାରା ଦେଶରେ ଜୁନ୍ ରୁ ଆରମ୍ଭ ହେବାକୁ ଯାଉଛି ଏକ ଦେଶ, ଏକ ରାଶନ କାର୍ଡ ନିୟମ । ଏହାର ଶୁଭାରମ୍ଭ ୨୦ ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କରାଯିବ । ସେହିଅନୁଯାୟୀ ରାଶନ କାର୍ଡର ସୁବିଧା ଲୋକେ ଦେଶର ଯେକୌଣସି କୋଣରେ ବି ପାଇ ପାରିବେ । ମୋଦି ସରକାରଙ୍କ ଏହି ଯୋଜନାୋର ୬୭ କୋଟି ଲୋକଙ୍କର ଫାଇଦା ହେବ ।
ଆସନ୍ତା କାଲି ମାନେ ଜୁନ୍ ୧ରୁ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମରେ ପରିବର୍ତ୍ତନ ହୋଇଯିବ । ପ୍ରତ୍ୟେକ ମାସ ଆରମ୍ଭ ରେ ତେଲ କମ୍ପାନୀ ଏଲପିଜି ସିଲିଣ୍ଡ ଦାମରେ ସମୀକ୍ଷା କରିଥାନ୍ତି । ସେହିପରି ପ୍ରତ୍ୟେକ ରାଜ୍ୟରେ ଅଲଗା ଅଲଗା ଟ୍ୟାକ୍ସ ହୋଇଥାଏ । ସେହି ହିସାବରେ ଦର ରେ ଅନ୍ତର ହୋଇଥାଏ ।