ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ଦେଶରେ ଅଧାର କାର୍ଡକୁ ସବୁଠାରୁ ବଡ ପରିଚୟ ପତ୍ର ଭାବେ ଗ୍ରହଣ କରାଯାଉଛି । ଯଦି ଆପଣଙ୍କ ପାଖରେ ଆଧାର କାର୍ଡ ନାହିଁ ତେବେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି । ଜମି କିଣା ବିକା ହେଉ ଅବା ଘର , ସବୁଥିରେ ଏବେ ଆଧାର ଜରୁରୀ ହୋଇ ପଡିଛି । ତେଣୁ ଏବେ ଆଧାର କାର୍ଡ ନମ୍ବର ଠିକ କରିବା ପାଇଁ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କାରଣ କେନ୍ଦ୍ର ସରକାର ଖୁବ ଶିଘ୍ର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି ।
ଅଚଳ ସମ୍ପତ୍ତିର ମାଲିକାନା ପାଇଁ ଏବେ କେନ୍ଦ୍ର ସରକାର ଆଧାରକାର୍ଡ ବାଧ୍ୟତା ମୂଳକ କରିବେ । ଆଗକୁ ହେବାକୁ ଥିବା ଅଧିବେଶନରେ ସରକାର ଏହାକୁ ଗୃହରେ ଉପସ୍ଥାପନା କରି ପାରନ୍ତି । କାରଣ ଭୂମି, ଜମି ରାଜ୍ୟର ମାମଲା ହୋଇଥିବାରୁ ଏନେଇ ପାଞ୍ଚ ସଦସ୍ୟଙ୍କ ସମ୍ମତି ଆବଶ୍ୟକ ରହିଛି । ସୂଚନାଯୋଗ୍ୟ ଏବେ ସାରା ଦେଶରେ ୧୯ ଟି ରାଜ୍ୟରେ ଏନଡିଏ ବା ଭାଜପା ସରକାର ରହିଛି । ତେଣୁ ଏହି ନିୟମ ଖୁବ ଶିଘ୍ର ଆଇନରେ ପରିଣତ ହୋଇପାରେ । ଅଧାରକାର୍ଡ ହେଉଛି ସବୁଠାରୁ ବଡ ବାୟୋମେଟ୍ରିକ ଆଇ କାର୍ଡ । ଯାହାକୁ ଦେଖେଇ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ନେଇ ହେବ ।