ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସାଧାରଣତ ଆମେ ଜାଣିଛେ ଭାରତର ସବୁଠାରୁ ମହଙ୍ଗା ଚା ଆସାମରେ ମିଳିଥାଏ । କିନ୍ତୁ ଏଠାରେ ଏମିତି ଭେରାଇଟ ଚା ମଳିଥାଏ । ଯାହାର ମୂଲ୍ୟ ୫୦ ହଜାର ଟଙ୍କା ରହିଛି । ଏଇ ନିକଟରେ ଏହି ଚା କିଲୋଗ୍ରାମ ପ୍ରତି ୫୦ ଟଙ୍କାରେ ନିଲାମ ହୋଇଛି । ଗୋହାଟି ଚାଏ ବୋର୍ଡ କେନ୍ଦ୍ରରେ ପ୍ରତି କିଲୋ ପିଛା ୫୦ ହଜାର ଟଙ୍କାରେ ନିଲାମ ହୋଇଛି । ସୌରଭ ଟି ଟ୍ରେଡର୍ସ ଏହି ଗୋଲ୍ଡ ସ୍ପେସାଲ ଚା କୁ କିଲୋକୁ ୫୦ ହଜାର ଟଙ୍କା ଲେଖାଏଁ ରେ ନିଲାମ ଧରିଛି ।
ଏହା ପୂର୍ବରୁ ମଧ୍ୟ ୨୦୧୮ ମସିହା ୧୪ ଜୁଲାଇରେ ୩୯୦୦୧ ଟଙ୍କା କିଲୋରେ ଚା ବିକ୍ରି ହୋଇଥିଲା । ଗୌହାଟି ଟି ଆକ୍ସନ ବାୟର୍ସ ଆସୋସିଏସନର ସଚିବ ପ୍ରିୟାନୁଜ ଦତ୍ତା ଏକ ବୟାନରେ କହିଛନ୍ତିଅରୁଣାଚଳ ପ୍ରଦେଶର ଡୋନି ପୋଲୋର ଏକ ସ୍ୱତନ୍ତ୍ର କିସମର ଚାହା କିଲୋପ୍ରତି ୪୦ ହଜାର ଟଙ୍କା କିଲୋପ୍ରତି ବିକ୍ରି ହୋଇଥିବା କହିଛନ୍ତି । ମନୋହର ଟି ଇସ୍ଷ୍ଟେଟ ର ମାଲିକ ରାଜନ ଲୋହିଆ କହିଛନ୍ତି ଗୋଲ୍ଡେନ ନିଡଲ ଟି ଏକ ସ୍ୱତନ୍ତ୍ର କିସମର ଚା ।
ଯେଉଁଥିରେ ରହିଛି ଛୋଟ ଛୋଟ କଲି । ଯାହାକୁ ବହୁତ ସାବଧାନତାର ସହିତ ତୋଳା ଯାଇଥାଏ । ଏହି ଚା ପତ୍ରରେ ସୁନେଲି ରଙ୍ଗର ଏକ ଆସ୍ଥରଣ ରହିଥାଏ । ଯାହା ବହୁତ ମୂଲ୍ୟବାନ ହୋଇଥାଏ । ସୂଚନା ଅନୁସାରେ ଏଥର ମୌସମୀ ବାୟୁ ଠିକ ନ ରହିବାରୁ ମାତ୍ର ୫ କିଲୋ ତୋଳା ହୋଇଛି । ଏହି ପ୍ରକାର ଚା ନୀଳଗିରି ଓ ଆସାମରେ ହୋଇଥାଏ ।