ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । ୩ ନୂତନ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ୩ ଟି କୃଷି ଆଇନକୁ ତାଙ୍କ ସରକାର ପ୍ରତ୍ୟାହାର କରି ନେଉଛନ୍ତି । ଯାହା ବି କରୁଛନ୍ତି ଦେଶବାସୀଙ୍କ କଲ୍ୟାଣ ନିମନ୍ତେ କରୁଛନ୍ତି । ଆସନ୍ତା ସଂସଦ ଅଧିବେଶନରେ ଏନେଇ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ।
ଦେଶବାସୀଙ୍କୁ ସମ୍ବୋଧୀତ କରି ପ୍ରଧାନମନ୍ତ୍ରୀ ମୋଦି ଏହି ବଡ ଘୋଷଣା କରିଛନ୍ତି । ଏହାସହିତ ଆନ୍ଦୋଳନରତ କୃଷକମାନଙ୍କୁ ଘରକୁ ଫେରିଯିବାକୁ ସେ ଅନୁରୋଧ କରିଛନ୍ତି ।
କେନ୍ଦ୍ର ସରକାର ଆଣିଥିବା ୩ ଟି ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଥିଲେ କୃଷକ । ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସିଛନ୍ତି ଦେଶର ଅନ୍ନଦାତା ।