– ଆଜିଠୁ ଅନଲାଇନ୍ ରେ ଟିକେଟ ବୁକିଂ ଆରମ୍ଭ
– ସମ୍ପୂର୍ଣ୍ଣ ରିଜର୍ଭ ଟ୍ରେନ୍ ରେ ଏସି ଏବଂ ବିନା ଏସି କୋଚ୍ ଉପଲବ୍ଧ
– ବିନା ରିଜର୍ଭରେ କୌଣସି ଟିକେଟ ନାହିଁ, ସାଧାରଣ କୋଚ ବି ରିଜର୍ଭ ହେବ
– ଟ୍ରେନ୍ ର ଭଡା ସାମାନ୍ୟ ରହିବ
– ଆଇଆରସିଟିସି ର ୱେବସାଇଟ ଏବଂ ଆପ୍ ରେ ଟ୍ରେନ୍ ଟିକେଟ୍ ବୁକ୍ କରି ପାରିବେ
– ଆରଏସି ଏବଂ ପ୍ରତିକ୍ଷାସୂଚୀ (ୱେଟଲିଷ୍ଟେଡ) ଟିକେଟ ଉପଲବ୍ଧ
– କୌଣସି ତତକାଲ ଏବଂ ପ୍ରିମିୟମ ତତକାଲ ଟକେଟ ଉପଲବ୍ଧ ନାହିଁ
– ପ୍ରସ୍ଥାନର ୨ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ଟିକେଟ ରିଜର୍ଭେସନ କରିପାରିବେ
– ଯାତ୍ରା ପାଇଁ ପ୍ରତିକ୍ଷାସୂଚୀ (ୱେଟଲିଷ୍ଟଟ) ଯାତ୍ରୀଙ୍କୁ ଅନୁମତି ନାହିଁ
ଯାତ୍ରା ବେଳେ ଯାତ୍ରୀଙ୍କୁ ଏହି ନିୟମ ମାନିବାକୁ ହେବ:
– ସମସ୍ତ ଯାତ୍ରୀଙ୍କ ପାଇଁ ମାସ୍କ ଏବଂ ଆରୋଗ୍ୟ ସେତୁ ଆପ୍ ବାଧ୍ୟତାମୂଳକ
– ଟ୍ରେନ୍ ଛାଡିବାର ୯୦ ମିନିଟ ପୂର୍ବରୁ ଯାତ୍ରୀଙ୍କୁ ଷ୍ଟେସନରେ ପହଁଚିବାକୁ ହେବ
– ଷ୍ଟେସନରେ ପହଁଚିବା ପରେ ସ୍କ୍ରିନିଂ କରିବା ନିହାତି ଜରୁରୀ
– ରୋଗର ବିନା ଲକ୍ଷଣ ଥିବା ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ
– ଗୋଟେ ଷ୍ଟେସନରୁ ଅନ୍ୟ ଷ୍ଟେସନରେ ପହଁଚିବା ପରେ ରାଜ୍ୟର ମେଡିକାଲ ଗାଇଡ ଲାଇନ୍ ପାଳନ କରିବା ଜରୁରୀ
– ବରିଷ୍ଠ ନାଗରିକ ବା ଛାତ୍ରଛାତ୍ରୀଙ୍କ ସ୍ଥିତିରେ ଭଡାରେ କୌଣସି ପ୍ରକାରର ଛାଡ ନାହିଁ
– କରୋନା ପାଇଁ ଏସି କୋଚ୍ ରେ କମ୍ବଳ , ତଉଳିଆ ଏବଂ ଚାଦର ଦିଆଯିବ ନାହିଁ
– ସାଧାରଣ ରିଫଣ୍ଡ ନିୟମ ଲାଗୁ ହେବ