ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ନଜରକୁ ଆସିଛି । ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି ତାହା ଏକତରଫା ଓ ଘଟଣାକୁ ଅଯଥା ଚାଞ୍ଚଲ୍ୟକର କରିବା ସହ ଏଦିଗରେ ସରକାରଙ୍କ ପ୍ରଚେଷ୍ଟାର ଉପହାସ କରାଯାଇଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅଧିନସ୍ଥ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନଟିସିଏ) ଏସଂକ୍ରାନ୍ତରେ କେତେକ ତଥ୍ୟ ରଖିଛି ।
ଭାରତ ସରକାରଙ୍କ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷଙ୍କ ଅହରହ ଉଦ୍ୟମ ଫଳରେ ବାଘଙ୍କ ବଂଶବୃଦ୍ଧି ଘଟିବାରେ ଲାଗିଛି । 4 ବର୍ଷିଆ ବ୍ୟାଘ୍ର ଗଣନାର ଫଳାଫଳରୁ ଏହା ପ୍ରମାଣିତ ହୋଇଛି । 2006, 2010, 2014 ଏବଂ 2018 ରେ ଏହି ଗଣନା କରାଯାଇଥିଲା । ଗଣନାର ଫଳାଫଳରୁ ଜଣାଯାଇଛି ଯେ, ବ୍ୟାଘ୍ରଙ୍କ ସଂଖ୍ୟାରେ ଶତକଡା 6 ଭାଗ ବୃଦ୍ଧି ଘଟିଛି । 2012ରୁ 2019 ମଧ୍ୟରେ ଦେଶରେ ହାରାହାରି ବର୍ଷକୁ 49ଟି ବାଘର ମୃତ୍ୟୁ ଘଟିଛି । ତେବେ ବ୍ୟାଘ୍ର ସଂରକ୍ଷଣ ଯୋଗୁଁ ଘଟିଥିବା ସଂଖ୍ୟା ବୃଦ୍ଧି ଏହି ମୃତ୍ୟୁ ହାରକୁ ଭରଣା କରିବାରେ ସହାୟକ ହୋଇଛି । ଏନଟିସିଏ ପ୍ରୋଜେକ୍ଟ ଟାଇଗର ଅଧୀନରେ ବ୍ୟାଘ୍ର ସଂରକ୍ଷଣ ପାଇଁ ଅନେକଗୁଡିଏ ପଦକ୍ଷେପ ନେଇଛି, ଯାହାଫଳରେ କି, ବେଆଇନ ଶିକାର ନିୟନ୍ତ୍ରିତ ହୋଇପାରିଛି ।
ଏନଟିସିଏ ଗଣନାରେ ସଂପୂର୍ଣ୍ଣ ସ୍ଵଚ୍ଛତା ରକ୍ଷା କରି ଏହାର ୱେବସାଇଟ www.tigernet.nic.in ଜରିଆରେ ମୃତ୍ୟୁ ସଂଖ୍ୟାକୁ ସଠିକ ଭାବେ ଦର୍ଶାଇଛି । ଗତ 8 ବର୍ଷର ତଥ୍ୟକୁ ଅନୁଶୀଳନ କଲେ ଦେଖାଯାଏ ଯେ, ଭାରତରେ ଶତକଡା 60 ଭାଗ ବାଘ ମୃତ୍ୟୁ ବେଆଇନ ଶିକାର ଯୋଗୁଁ ହୋଇନାହିଁ ।
ଏଠାରେ ସୂଚନାଯୋଗ୍ୟ ଯେ, ଏନଟିସିଏ ଏହାର ଉତ୍ସର୍ଗୀକୃତ ନୀତି ବଳରେ ବାଘ ମୃତ୍ୟୁର ସଠିକ କାରଣ ଦର୍ଶାଇଥାଏ । ଏଥିପାଇଁ ବିଭିନ୍ନ ଘଟଣାସ୍ଥଳରୁ ସଂଗୃହିତ ପ୍ରମାଣଯୋଗ୍ୟ ତଥ୍ୟ, ଚିତ୍ରୋତ୍ତଳନ ଓ ଅନ୍ୟାନ୍ୟ ରାସାୟନିକ ପରୀକ୍ଷା ନିରୀକ୍ଷା ଓ ସବିଶେଷ ବିଶ୍ଳେଷଣ କରାଇ ମୃତ୍ୟୁର ପ୍ରକୃତ ତଥ୍ୟ ପ୍ରଦାନ କରାଯାଏ ।
ଗଣମାଧ୍ୟମରେ ପ୍ରକାଶିତ ଖବରରେ ଏନଟିସିଏ ୱେବସାଇଟରେ ଉପଲବ୍ଧ ସଂଖ୍ୟା ଏବଂ ଆରଟିଆଇ ଉତ୍ତରର ତଥ୍ୟ ଦିଆଯାଇଥିଲେ ମଧ୍ୟ ଯେଉଁଭଳି ଭାବେ ଏହାକୁ ଉପସ୍ଥାପିତ କରାଯାଇଛି ତାହା ଏନଟିସିଏ ଦ୍ଵାରା ସଞ୍ଚାଳିତ କେନ୍ଦ୍ରୀୟ ପ୍ରୋଜେକ୍ଟ ଟାଇଗର ଯୋଜନାର ବିଭିନ୍ନ ବୈଷୟିକ ତଥ୍ୟକୁ ବିରୁଦ୍ଧାଚରଣ କରୁଛି ।
ସେ ଦୃଷ୍ଟିରୁ ଗଣମାଧ୍ୟମ ଅଯଥା ଚାଞ୍ଚଲ୍ୟକର ଖବର ନ ଦେଇ ତଥ୍ୟଗୁଡିକୁ ସଠିକ ଉପସ୍ଥାପନ କଲେ ଦେଶର ଜନସାଧାରଣ ପ୍ରକୃତ ତଥ୍ୟ ପାଇବେ ଓ ଏଥିନେଇ କୌଣସି ସନ୍ଦେହ ରହିବ ନାହିଁ ।