ମହାରାଷ୍ଟ୍ର (ଏଟିଆର ବ୍ୟୁରୋ ) ; ବାଘୁଣୀକୁ ଗୁଳି କରି ହତ୍ୟା । ଦୀର୍ଘଦିନ ହେବା ବନ ବିଭାଗର୍ ଟାର୍ଗେଟରେ ଥିବା ମଣିଷଖିଆ ବାଘୁଣୀ ଅଭନୀକୁ ଗତକାଲି ରାତିରେ ଗୁଳି କରି ମାରିଦିଆଯାଇଛି । ପାଖାପାଖି ୧୩ ଜଣ ମଣିଷକୁ ବାଘୁଣୀ ଅଭନୀ ମାରି ଖାଇଦେଇଥିବା ଅଭିଯୋଗ ହୋଇଥିଲା । ଏନେଇ ମଣିଷଖିଆ ବାଘୁଣୀକୁ ମାରିବାକୁ ସୁଟ ଆଟ ସାଇଟ ନିର୍ଦ୍ଦେଶ ହୋଇଥିଲା ।
ବାଘୁଣୀ ଅଭନୀ ଦୀର୍ଘଦିନ ହେବ ମହାରାଷ୍ଟ୍ରର ପନ୍ଧକାୱାଡା ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ଆତଙ୍କ ସୃଷ୍ଟି କରୁଆସୁଥିଲା । ଏହାକୁ ନେଇ ବନ ବିଭାଗ ବାଘୁଣୀକୁ ଦେଖିବା ମାତ୍ରେ ଗୁଳି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା । ଖାଲି ସେତିକି ନୁହେଁ ବାଘୁଣୀର ପ୍ରତିକାର ପାଇଁ ଗତ ଅକ୍ଟୋବର ମାସ ୧୬ ତାରିଖରେ ବମ୍ବେ ହାଇକୋର୍ଟ ନାଗପୁର ବେଞ୍ଚ ଜାଣିବାକୁ ଚାହିଁଥିଲା ।
ତେବେ ଗତକାଲି ରାତିରେ ବନବିଭାଗ ଏଥିପାଇଁ ସ୍ନିଫର ଡଗ ଓ ସାର୍ଫସୁଟରଙ୍କୁ ନେଇ ବାଘୁଣୀକୁ ମାରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା । ଶେଷରେ ମଣିଷଖିଆ ବାଘୁଣୀ ଅଭନୀକୁ ଗୁଳିକରି ହତ୍ୟା କରାଯାଇଛି । ସେପଟେ ଗତ ୨୦୧୬ ମସିହାରେ ଉତରାଖଣ୍ଡର ନୈନିତାଲ ଜିଲ୍ଲାରେ ଏକ ମଣିଷଖିଆ ବାଘକୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ବାଘ ବିରୋଧରେ ୨ ଜଣ ମଣିଷଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା ।
ଅନୁରୁପ ଭାବରେ ଓଡିଶାରେ ମଧ୍ୟ ବାଘୁଣୀ ସୁନ୍ଦରୀ ତାଣ୍ଡବ ରଚୁଛି । ସୁନ୍ଦରୀ ନାମରେ ମଧ୍ୟ ମଣିଷ ମାରି ଖାଇଥିବାର ଅଭିଯୋଗ ହୋଇଛି । ଦୀର୍ଘଦିନ ହେବ ସାତକୋଶିଆରେ ସୁନ୍ଦରୀ ବାଘୁଣି ବନବିଭାଗକୁ ଧରାଛୁଆଁ ଦେଉନି । ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ବନ ବିଭାଗକୁ ଦୀର୍ଘ ୧୨ ଦିନ ହେବ ନାକେଦମ ହେବାକୁ ପଡିଛି । ବାଘୁଣୀକୁ ଧରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏଯାଏଁ ଧରା ଦେଇନି ସୁନ୍ଦରୀ ।