କନ୍ଧମାଳ (ଏଟିଆର ବ୍ୟୁରୋ) ; ଦିନକୁ ଦିନ ବଢ଼ିଚାଲିଛି ଦୁଷ୍ମର୍ମ । ସେ ନାବାଳିକା ହେଉ ବା ମହିଳା । କେହି ବି ବାଦ ପଡୁନାହାଁନ୍ତି ଏଥିରୁ । କେହି ଜୋର ଜବରଦସ୍ତ ଦୁଷ୍କର୍ମ କରୁଛି ତ ଆଉ କିଏ କିଛି ପ୍ରଲୋଭନ ଦେଖାଇ ସରଳ ପଣିଆର ଫାଇଦା ଉଠାଇ ଲୁଟି ନେଉଛନ୍ତି ଇଜ୍ଜତ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଳା ଚକାପାଦ ଅନ୍ତର୍ଗତ ବରଦାଖୋଲ ଅଞ୍ଚଳରେ । ସୂଚନା ମୁତାବକ ଜଣେ ମହିଳା ଫୁଲବାଣୀ ଆସିବା ପାଇଁ ବସକୁ ଅପେକ୍ଷା କରିଥିଲେ । ଏହି ସମୟରେ ଚାରି ଜଣ ଯୁବକ ଏହି ମହିଳାଙ୍କୁ ଦେଖିବା ପରେ ମନରେ ପାପ ଚିନ୍ତା ଆସିଥିଲା । ଫଳରେ ଏମାନେ ମହିଳାଙ୍କ ପାଖକୁ ଯାଇ ଘରେ ଛାଡିଦେବା ପାଇଁ କହିଥିଲେ । ନିଜ ଗାଁର ହୋଇଥିବାରୁ ମହିଳା ଜଣଙ୍କ ବିଶ୍ୱାସ କରି ସେମାନଙ୍କ ସହ ବାଇକରେ ବସି ଚାଲିଯାଇଥିଲେ । ମାତ୍ର …
କିଛି ଦୂର ଗଲା ପରେ ଟିକାବାଲି ନିକଟରେ ଏକ ପରିତ୍ୱକ୍ତ ଘରୁ ନେଇ ଯାଇଥିଲେ । ମହିଳାଙ୍କୁ ରାତି ସାରା ଚାରି ଜଣ ମନଭରି ଉପଭୋଗ କରିବା ପରେ ଘଟଣାସ୍ଥଳରେ ମହିଳାଙ୍କୁ ଛାଡି ଫେରାର ହୋଇ ଯାଇଥିଲେ । ପରେ ମହିଳା ଥାନାରେ ପହଁଞ୍ଚି ପୋଲିସରେ ଅଭିଯୋଗ କରିବା ପରେ ଚାରି ଜଣ ମଧ୍ୟରୁ ଦୁଇ ଜଣଙ୍କୁ ଗରିଫ କରିଛି । ତେବେ ବାକି ଦୁଇ ଜଣଙ୍କୁ ଧରିବା ପାଇଁ ଖୋଜୁଛି ପୋଲିସ ।