ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ଆଲୋକର ପର୍ବ ଦୀପାବଳିରେ ହରିୟାଣାରେ ବିଜେପି ମନହୋର ଲାଲ ଖଟ୍ଟରଙ୍କ ନେତୃତ୍ୱରେ ଦ୍ୱିତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି। ଆଜି ଅପରାହ୍ନ ୨ ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ମନୋହର ଲାଲ ଖଟ୍ଟ । ସେହିଭଳି ଉପମୁଖ୍ୟମନ୍ତ୍ରୀ ଭାବରେ ଜେଜେପି ବିଧାୟକ ଦଳର ନେତା ଦୁଷ୍ୟନ୍ତ ଚୌଟାଲା ଶପଥ ନେବେ। ଶପଥ ଉତ୍ସବରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ ସାମିଲ୍ ହେବେ ବୋଲି ସୂଚନା ରହିଛି।
ଅନ୍ୟପଟେ ଜେଜେପି ସହ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ମେଣ୍ଟ ଚୂଡାନ୍ତ କରିଛି ବିଜେପି। ଏହିଦିନ କେନ୍ଦ୍ର ଗୃହମନ୍ତ୍ରୀ ନେତା ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ ଜେଜେପି ପ୍ରମୁଖ ଦୁଷ୍ୟନ୍ତ ଚୌଟାଲା । ବିଜେପି କାର୍ୟ୍ୟକାରୀ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ମେଣ୍ଟ ନିଷ୍ଟତ୍ତି ଚୂଡାନ୍ତ ହୋଇଥିଲା ।
ସୂଚନାଯୋଗ୍ୟ ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ସବୁଠାରୁ ଅଧିକ ୪୦ ସିଟ୍ ପାଇଥିଲେ ମଧ୍ୟ ଏକକ ସରକାର ଗଢିବାକୁ ସଂଖ୍ୟା ପାଇନାହିଁ । ବିଜେପିକୁ ୭ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଥିଲେ ମଧ୍ୟ ମ୍ୟାଜିକୁ ନମ୍ବର ହୋଇ ପାରିନାହିଁ । ତେଣୁ ବିଜେପି ଜେଜେପି ସହିତ ମେଣ୍ଟ କରିଛି । ୯୦ ବିଧାନସଭା ଆସନରୁ ବିଜେପି ୪୦ଟି ସିଟରେ ଜତିଥିବା ବେଳେ କଂଗ୍ରେସ ୩୧, ଜେଜେପି ୧୦ ଏବଂ ଅନ୍ୟାନ୍ୟ ୯ ଜଣ ଜିତିଛନ୍ତି।