ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ରହିଛି ବିଶ୍ୱ ତମାଖୁ ବିରୋଧ ଦିବସ । ତମାଖୁ ଠାରୁ ମଣିଷ କିଭଳି ଦୂରେଇ ରହିବ ସେ ନେଇ ମେ ୩୧ ତାରିଖକୁ ଆମେ ବିଶ୍ୱ ତମାଖୁ ବିରୋଧ ଦିବସ ଭାବେ ପାଳନ କରି ଆସୁଛୁ । ଏହି ଅବସରରେ ଆଜି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଜନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଉଛି । ତେବେ କଥା ଉଠୁଛି ଆମେ ନିଜେ ଏ ନେଇ କେତେ ସଚେତନ? ଟିଭି ଖବର କାଗଜର ଆମେ ପ୍ରତିଦିନ ଏ େ଼ନଇ ଖବର ପ୍ରକାଶ ପାଉଥିଲେ ମଧ୍ୟ ଦେଶରେ ତମାଖୁ ଜନିତ କ୍ୟାନସର ପରି ମାରାତ୍ମକ ରୋଗ ବଢିବାରେ ଲାଗିଛି ।
ସୂଚନା ଅନୁସାରେ ପତ୍ୟକ ବର୍ଷ ଆମ ଦେଶରେ ୧୦ ଲକ୍ଷରୁ ଅଧିକ ନୂଆ କର୍କଟ ରୋଗୀଙ୍କୁ ଚିହ୍ନଟ କରାଯାଉଛି । ସେହିଭଳି ଆମ ରାଜ୍ୟକୁ ଯହି ନଜର ପକାଇବା , ରାଜ୍ୟରେ ପ୍ରତ୍ୟକ ବର୍ଷ ୨୦ ରୁ ୩୦ ହଜାର ନୂତନ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ତେବେ ଏତେ ବର୍ଷ ହେଲା ଆମେ ଏଇ ନିର୍ଦ୍ଧିଷ୍ଟ ଦିନଟିକୁ ପାଳନ କରୁଥିଲେ ମଧ୍ୟ ଏତେ ମାତ୍ରାରେ କର୍କଟ ରୋଗୀ ଆସୁଛନ୍ତି କେଉଁଠୁ ତାହା ଏବେ ଆମ ସମସ୍ତଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ତେବେ ସଚେତନତାକୁ ନେଇ ସରକାରଙ୍କ ତତ୍ପରତାକୁ ଯଦି ଦେଖିବା ଏହା କେବଳ ଧର୍ମକୁ ଆଖିଠାର ।
ଏଇ ଦୁଇ ତିନି ବର୍ଷ ତଳକୁଯଦି ଆମେ ଫେରିଯିବା ଭୁବନେଶ୍ୱରରେ ରାସ୍ତା କଡରେ ସିଗାରେଟ ଟାଣିବା ଥିଲା ଏକ ଧର୍ତ୍ତବ୍ୟ ଅପରାଧ । ଏଥିନେଇ ସେତେବେଳେ କିଛି ଅଭ୍ୟାସ ଗତ ଲୋକଙ୍କୁ ପୋଲିସ ଛାଟ ମଧ୍ୟ ଖାଇବାକୁ ପଡିଲା । ଏବେ କିନ୍ତୁ ପରିସ୍ଥିତି ଯେଉଁ କଥାକୁ ସେଇ କଥା । ନିୟମକୁ ଫ୍ଲୁ । ତେବେ ଏନେଇ ଆମେ ସରକାରଙ୍କୁ ଦୋଷ ଦବା ମଧ୍ୟ ବାସ୍ତବରେ ଠିକ ନୁହେଁ ।
ଲୋକଙ୍କୁ ସଚେତନତା କରିବା ସରକାରଙ୍କର କର୍ତବ୍ୟ ତା ମାନେ ନୁହେଁ ଯେ ସରକାର ଆମ ମନ ଉପରେ ପ୍ରଭୁ । ଆମେ ନିଜେ ଯେଉଁ ପର୍ଯ୍ୟନ୍ତ ନିଜ ପଟୁ ସଚେତନ ନ ହେଇଛୁ ତେଣିକି ସେ ଯାହା ବି କିଛି ହେଉ ପରିବର୍ତ୍ତନ ଅସମ୍ଭବ । ତେବେ ଆଜିର ଦୀନଟିକୁ ସ୍ମରଣୀୟ କରିବା ପାଇଁ ଆଜି ହିଁ ଆମକୁ ଶପଥ ନେବାକୁ ତମାଖୁ ଠାରୁ ଦୂରେଇ ରହିବାକୁ । ତା ନହେଲ ଶେଷରେ ଗୋଟିଏ ଆ ବଳଦ ମତେ ବିନ୍ଧ୍