ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ଜାତୀୟ ରାଜପଥରେ ସବୁ ଟୋଲ ଗେଟରେ ଫାସ ଟ୍ୟାଗ ବାଧ୍ୟତା ମୂଳକ ହେବ । ଯଦି କୌଣସି ଗାଡି ଏହି ନିୟମକୁ ନମାନନ୍ତି ବା କୌଣସି ଗାଡିରେ ଫାସ ଟ୍ୟାଗ ନ ଲଗା ହୋଇଥାଏ ସେମାନେ ଅତିରିକ୍ତ ଟଙ୍କା ଭରଣ କରିବେ । ଟୋଲ ଗେଟରେ ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ଏହି ନିୟମ ଲାଗୁ କରିଛନ୍ତି । ଜାତୀୟ ରାଜପଥରେ ଏନଏଚଏଆଇ କାଉଣ୍ଟରରେ ଏହି ଫାସଟ୍ୟାଗ ଉପଲବବ୍ଧ ରହିଛି ।
ଗାଡିରେ ଏହି ଫାସଟ୍ୟାଗ ଲଗାଇଲେ ଟୋଲଗେଟ ଅତିକ୍ରମ କଲେ ଆକାଉଣ୍ଟରୁ ଆପେଆପେ ଟଙ୍କା କଟିଯିବ । ଯାହା ଫଳରେ ଗାଡି ଚାଳକଙ୍କୁ ଆଉ ଘଣ୍ଟାଘଣ୍ଟା ଧରି ଟୋଲ ଗେଟ ନିକଟରେ ଅଟକି ରହିବାକୁ ପଡିବ ନାହିଁ । ସୂଚନାଯୋଗ୍ୟ ଗତ ଡିସେମ୍ବର ୧ ତାରିଖରୁ ଏହା ଲାଗୁ ହେବାର ଥିଲା । ମାତ୍ର ସାଧାରଣ ଲୋକଙ୍କ ସୁବିଧାକୁ ନଜରରେ ରଖି ଏହାକ୍ୁ ଆଉ ୧୫ ଦିନ ଅର୍ଥାତ ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା । ଯାହାର ଅବଧି ଆସନ୍ତାକାଲି ଶେଷ ହେଉଛି ।