ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ଜାତୀୟ ରାଜପଥରେ ଯାତ୍ରା କରିବା ହେବ ମହଙ୍ଗା । ଆଜ୍ଞା ହଁ ଟୋଲ ଟ୍ୟାକ୍ସରେ ୧୦ ରୁ ୬୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ରାଷ୍ଟ୍ରୀୟ ରାଜପଥ ପ୍ରାଧୀକରଣ ନିଷ୍ପତି ନେଇଛନ୍ତି । ଛୋଟ ଯାନ ପାଇଁ ୧୦ ରୁ ୧୫ ଟଙ୍କା ଏବଂ ବାଣିଜ୍ୟିକ ଯାନ ପାଇଁ ୬୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ଏହା ଏପ୍ରିଲ ୧ ରୁ ଲାଗୁ ହେବ ।
ସରାୟ କାଲେ ଖାଁ ରୁ କାଶି ଟୋଲ ପ୍ଲାଜା ପର୍ଯ୍ୟନ୍ତ କାର୍ ଜିପ୍ ଭଳି ଯାନ ପାଇଁ ଟୋଲ ଟ୍ୟାକ୍ସ ୧୪୦ ଟଙ୍କା ବଦଳରେ ୧୫୫ ଟଙ୍କା ଦିଆଯିବ । ସରାୟ କାଲେ ଖାଁ ରୁ ରସୁଲପୁର ସିକ୍ରୋଡା ପ୍ଲାଜାର ନୂତନ ଦାମ ୧୦୦ ଟଙ୍କା ଏବଂ ଭୋଜପୁର ଯିବା ପାଇଁ ୧୩୦ ଟଙ୍କା ।
ଅନ୍ୟପଟେ ବସ୍ , ଟ୍ରକ ପାଇଁ ରସୁଲପୁର ପାଇଁ ୩୫୪ ଟଙ୍କା, ଭୋଜପୁର ପାଇଁ ୪୩୫ ଟଙ୍କା ଏବଂ ମେନ୍ ପ୍ଲାଜା କାଶୀ ପାଇଁ ୫୨୦ ଟଙ୍କା ଦେବାକୁ ପଡିବ । ଲକ୍ଷ୍ନୌ ରା-ବରେଲି ରାଜପଥରେ (ଡାଖିନା ଶେଖପୁର ପ୍ଲାଜା) ବର୍ତ୍ତମାନ ଛୋଟ ଘରୋଇ ଯାନକୁ ୧୦୫ ଟଙ୍କା ଦେବାକୁ ପଡିବ, ବସ୍-ଟ୍ରକ୍ ପାଇଁ ଦୁଇଟି ଅକ୍ସ ୩୬୦ ଟଙ୍କା ।