ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଆଜି ରାଜଘଟର ମହାତ୍ମା ଗାନ୍ଧୀ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ଏହାପୂର୍ବରୁ ରାଷ୍ଟ୍ରପତି ଭବନରେ ଉଭୟଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
ଗାନ୍ଧୀଙ୍କ ସମାଧୀ ପୀଠରେ ଟ୍ରମ୍ପ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ସେଠାକାର ଭିଜିଟର୍ସ ବୁକ୍ ରେ କିଛି ସନ୍ଦେଶ ଲେଖିଛନ୍ତି । ଟ୍ରମ୍ପ ତାଙ୍କ ସନ୍ଦେଶରେ ଲେଖିଛନ୍ତି କି, ଆମେରିକା ବାସୀ ସାର୍ବଭୌମ ଏବଂ ସୌନ୍ଦର୍ଯ୍ୟପୂର୍ଣ୍ଣ ଭାରତ ସହ ଦୃଢତାର ସହ ଛିଡା ହୋଇଛନ୍ତି । ମହାନ ମହାତ୍ମା ଗାନ୍ଧୀଙ୍କର ବି ଏହି ବିଚାର ଥିଲା । ଏହା ଅତ୍ୟନ୍ତ ସମ୍ମାନରେ ବିଷୟ ।
ଟ୍ରମ୍ପ ରାଜଘାଟରେ ଏକ ଗଛ ଲଗାଇଛନ୍ତି । ସେଠାରେ ତାଙ୍କୁ ମହାତ୍ମା ଗାନ୍ଧୀଙ୍କର ଏକ ପ୍ରତିମୂର୍ତ୍ତି ଉପହାର ସ୍ୱରୂପ ଦିଆଯାଇଛି । ଏହି ସମୟରେ ଟ୍ରମ୍ପଙ୍କ ସହିତ କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ୍ ସିଂହ ପୁରୀ ଉପସ୍ଥିତ ଥିଲେ ।
ଏହାପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଦ୍ୱିପାକ୍ଷୀୟ ଆଲୋଚନା କରିବା ପାଇଁ ହାଇଦ୍ରାବାଦ ହାଉସ ପହଁଚିଛନ୍ତି ଟ୍ରମ୍ପ । ଏଠାରେ ଆଜି ଟ୍ରମ୍ପ ଏବଂ ମୋଦିଙ୍କ ମଧ୍ୟରେ
ବ୍ୟାପକ ଆଲୋଚନା ହେବ ।