ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ ) ; ଏଣିକି ଇରାନଠାରୁ ତେଲ କିଣିବ ଭାରତ । ତେଲ ରପ୍ତାନୀକାରୀ ରାଷ୍ଟ୍ର ଇରାନ ଠାରୁ ତେଲ କିଣିବା ଉପରେ ଅମେରିକା ହଟାଇଲା କଟକଣା । ଏହାସହ ଭାରତକୁ ଦୀପାବଳି ଭେଟି ଦେଇଛି ଆମେରିକା । ତେବେ ଭାରତ ସମେତ ଆହୁରି ୮ ଟି ଦେଶ ପାଇଁ ମଧ୍ୟ ଆମେରିକା ପ୍ରତିବନ୍ଧକ ହଟାଇଛି । ଅନ୍ୟ ୮ ଟି ଦେଶ ମଧ୍ୟରେ ଜାପାନ ଓ ଦକ୍ଷିଣ କୋରିଆ ସାମିଲ ରହିଥିବା ଜଣାପଡିଛି ।
ସାରା ବିଶ୍ୱରେ ଇରାନଠରୁ ଅଧିକ ତେଲ କିଣିବାରେ ଚୀନ ପ୍ରଥମରେ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ଭାରତ ରହିଛି । ଭାରତ ଇରାନ ଠାରୁ ପ୍ରତିବର୍ଷ ୨ରୁ ୨.୫ କୋଟି ଲକ୍ଷ ଟନ ତୈଳ ଆମଦାନୀ ଥାଏ । ତେବେ ଗତ ନଭେମ୍ବର ୪ ତାରିଖରେ ଇରାନଠାରୁ ତେଲ କିଣିବା ଉପରେ ସମ୍ପୁର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଚାହିଁଥିଲା ଆମେରିକା । ଏଥିପାଇଁ ଅନେକ ଦେଶକୁ ଆମେରିକା ତାଗିଦ ମଧ୍ୟ କରିଥିଲା ।
ଏହାପରେ ଭାରତ ତାର ତେଲ କ୍ରୟକୁ କମାଇ ଦେଢ କୋଟି ଟନ ରେ ସୀମିତ ରଖିଥିଲା । ଏବେ ଆମେରିକା ପ୍ରତିବନ୍ଧକ ହଟାଇବା ପରେ ଭାରତ ଅଧିକ ତେଲ କ୍ରୟ କରିବ ବୋଲି ଆଶା କରାଯାଉଛି । ଏହାସହ ଇରାନଠାରୁ ଭାରତ ତେଲ କିଣିବା ଆରମ୍ବ କଲେ ଭାରତରେ ତେଲ ଦର ମଧ୍ୟ କମିବ ବୋଲି ଜଣାପଡିଛି ।
ସୂଚନା ଥାଉକି , ଭାରତ ୨୦୧୭-୧୮ ବର୍ଷରେ ଇରାନଠାରୁ ୨ କୋଟି ୨୬ ଲକ୍ଷ ଟନ ତେଳ କିଣିଥିଲା । ଯାହା ୪ ଲକ୍ଷ ୫୨ ହଜାର ବ୍ୟାରେଲ ହିସାବରେ ତେଲ ଆମଦାନୀ ହୋଇଥିଲା । ପୂର୍ବରୁ ଆମେରିକାର ତତକାଳୀନ ରାଷ୍ଟ୍ରପତି ବାରାକ ଓବାମା ଇରାନ ଉପରେ ଅଧିକ ଚାପ ପକାଇବା ଲାଗି ତେଲ କିଣିବା ଉପରେ କଟକଣା ଲଗାଇଥିଲେ ।