ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନାର ଦ୍ୱିତୀୟ ଲହରରେ ଭାରତର ସ୍ଥିତି ବେହାଲ । ଭାରତର ଏହି ସ୍ଥିତି ପାଇଁ ବିଭିନ୍ନ ଦେଶ ଏବଂ କ୍ଷେତ୍ରରୁ ଭାରତକୁ ସହାୟତ ମିଳୁଛି । ଏହି କ୍ରମରେ ମାଇକ୍ରୋବ୍ଲଗିଙ୍ଗ ସାଇଟ ଟ୍ୱିଟର ମଧ୍ୟ କରୋନା ସଙ୍କଟକୁ ଦେଖି ଭାରତକୁ ୧.୫ କୋଟି ଡଲାର ସହାୟତା କରିଛି ।
ଟ୍ୱିଟରର ସିଇଓ ଜ୍ୟାକ ପ୍ୟାଟ୍ରିକ ଡୋର୍ସି କହିଛନ୍ତି କି, ଏହି ଅର୍ଥ ତିନୋଟି ବେସରକାରୀ ସଂସ୍ଥା – କେୟାର, ଆଡ୍ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏସକୁ ଦାନ କରାଯାଇଛି। କେୟାରକୁ ୧ ମିଲିୟନ ଡଲାର ଦିଆଯାଇଥିବାବେଳେ ଆଡ୍ ଇଣ୍ଡିଆ ଏବଂ ସେବା ଇଣ୍ଟରନ୍ୟାସନାଲ ୟୁଏସକୁ ୨.୫ ମିଲିୟନ ଡଲାର ପ୍ରଦାନ କରାଯାଇଛି।
ସାନ ଫ୍ରାନ୍ସିସ୍କୋ ସ୍ଥିତ କମ୍ପାନୀ ଏକ ବୟାନରେ କହିଛି, “ସେବା ଇଣ୍ଟରନ୍ୟାସନାଲ ହେଉଛି ଏକ ହିନ୍ଦୁ, ବିଶ୍ୱାସ-ଆଧାରିତ, ଅଣ-ଲାଭ ସେବା ସଂଗଠନ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ଏହି ଅର୍ଥ ପ୍ରଦାନ କରାଯାଉଛି। ଏହା ଭେଣ୍ଟିଲେଟର, ଶଯ୍ୟା ଏବଂ ଅନ୍ୟାନ୍ୟ ଜୀବନ ରକ୍ଷାକାରୀ ଔଷଧ କିଣିବାରେ ବ୍ୟବହୃତ ହେବ।