ପୁଣି ନଜରକୁ ଆସିଛି ଏକ ବିଚିତ୍ର ଦୃଶ୍ୟ । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଆଜ୍ଞା ହଁ ଦୁଇଟି ମୁଣ୍ଡ ଥିବା ଶିଶୁକୁ ଜନ୍ମ ଦେଇଛନ୍ତି ଜଣେ ମହିଳା । ଘଟଣାଟି ହେଉଛି ଉତ୍ତରପ୍ରଦେଶର ବଳରାମପୁର ଅଞ୍ଚଳର । ଏହି ଖବର ପ୍ରକାଶ ପାଇବା ପରେ ଶିଶୁଟିକୁ ଦେଖିବାକୁ ପାଇଁ ହସ୍ପିଟାଲରେ ଭିଡ ଜମିଛି । ମାତ୍ର ଡାକ୍ତର ଶିଶୁର ସ୍ଥିତି ବିଷୟରେ କିଛି କହିବାକୁ ସିଧା ମନା କରିଦେଇଛନ୍ତି । ଏହାସହିତ ଶିଶୁଟିକୁ ଅଣ୍ଡର ଅବଜରଭେସନରେ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।
ଉତ୍ତରପ୍ରଦେଶ ଖାଖାଦେଇ ଗ୍ରାମରେ ରହୁଥିବା ସୁରଜଙ୍କ ପତ୍ନୀ ମୀରାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ପଚପେଡୱାର ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୀରା ଏକ ଶିଶୁକୁ ଜନ୍ମ ଦେଇଥିଲେ । ଯାହାର ଦୁଇଟି ମୁଣ୍ଡ ରହିଛି । ଏହାକୁ ଦେଖିବା ପରେ ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନବଜାତ ଶିଶୁଟିର ଓଜନ ୨.୮୮୧ ଗ୍ରାମ ରହିଛି । ଶିଶୁର ସ୍ଥିତିକୁ ଦେଖି ପରିବାର ଲୋକେ ଚିନ୍ତାରେ ପଡି ଯାଇଛନ୍ତି ।
ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ କହିବାନୁଯାୟୀ, ଶିଶୁଟିର ସ୍ଥିତି ସମ୍ପୂର୍ଣ୍ଣ ଠିକ୍ ଅଛି । କିନ୍ତୁ ମୁଣ୍ଡ ପଛରେ ଆଉ ଏକ ମୁଣ୍ଡ ଭଳି ମାଂସ ପିଣ୍ଡୁଳା ଥିବାରୁ ଶିଶୁ ପାଇଁ ଅସୁବିଧା ହୋଇପାରେ । ନବଜାତକୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ରେଫର କରାଯାଇଛି ।