ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୟୁପି ସରକାର ପରେ ଏବେ ଦିଲ୍ଲୀ ସରକାର ବି କନ୍ୟା ଭ୍ରୁଣ ହତ୍ୟା ରୋକିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଯୋଜନା ଅନୁଯାୟୀ ଯେଉଁ ବ୍ୟକ୍ତି ଭ୍ରୁଣ ଲିଙ୍ଗ ବିଷୟରେ ସୂଚନା ଦେବେ ତାଙ୍କୁ ସରକାରଙ୍କ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ପୁରସ୍କାର ଆକାରରେ ଦିଆଯିବ । ବାରମ୍ବାର ଦିଲ୍ଲୀରେ ଘଟୁଥିବା ଲିଙ୍ଗାନୁପାତ ଯୋଗୁଁ ସରକାର ଏଭଳି ନିଷ୍ପତି ନେଇଛନ୍ତି । ଯୋଜନା ହିସାବରେ ଯେଉଁ ବ୍ୟକ୍ତି ଯାନ୍ତ୍ରିକ ଦୁରୂପଯୋଗ କରି ଭ୍ରୁଣ ଲିଙ୍ଗର ପରୀକ୍ଷଣ କରି କନ୍ୟାଙ୍କୁ ଜନ୍ମ ଦେବାରେ ରୋକିବେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ।
ଅଲଟ୍ରାସାଉଣ୍ଡ ଏବଂ ନର୍ସିଂହୋମ ମଧ୍ୟ ଚିହ୍ନଟ କରାଯିବ, ଯିଏ ଗର୍ଭବତୀ ମହିଳାଙ୍କର କନ୍ୟା ଭ୍ରୁଣ ଥିବା କଥା ସେୟାର କରିବ । ଏହି ଯୋଜନାରେ ଏଭଳି ଲୋକଙ୍କୁ ଧରିବାରେ ଏନଜିଓର ବି ସହାଯୋଗ ନିଆଯିବ ।
ସଠିକ୍ ସୂଚନା ଦେବା ବ୍ୟକ୍ତିଙ୍କୁ ପ୍ରୋତ୍ସାହିତ ରାଶି ଭାବେ ୫୦ ହାଜାର ଟଙ୍କା ଦିଆଯିବ । ସରକାରଙ୍କ ଏନେଇ ଗୋଟେ ଟିମ୍ କୁ ନିୟୋଜିତ କରାଯିବ । ଯାହାଫଳରେ ସେମାନେ ଚାରିଆଡେ ନଜର ରଖିବେ ।