ଶ୍ରୀନଗର ( ଏଟିଆର ବ୍ୟୁରୋ): କୁପଓ୍ୱାଡା ଜିଲ୍ଲାର ତନଘର ସେକ୍ଚରରେ ଅସ୍ତ୍ରବିରତି ଉଲ୍ଲଂଘନ । ଦୁଇ ଯବାନ ସହିଦ । ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ । ସୂଚନା ଅନୁସାରେ ଗତକାଲି ଠାରୁ ପାକିସ୍ତାନ ପଟୁ ଅସ୍ତ୍ରବରତି ଉଲ୍ଲଂଘନ କରାଯାଇଥିଲା । ଯାହାର ଜବାବ ଦେଇଛି ଭାରତ । ଭାରତ ପକ୍ଷରୁ ବିପକ୍ଷଙ୍କ ଉପରକୁ ଗୁଳିମାଡ କରାଯାଇଛି ।
ତେବେ ଏହି ଗୁଳି ବିନିମୟରେ ୨ ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୨ ଜଣ ଯବାନ ଓ ଜଣେ ସାଧରଣ ଲୋକର ମୃତ୍ୟୁ ହୋଇଛି । ଗତ ସପ୍ତାହରେ ମଧ୍ୟ ବରମୁଲ୍ଲା ଏବଂ ରାଜୋରିରେ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା ପାକିସ୍ତାନ ଯେଉଁଥିରେ ଭାରତର ଦୁଇ ଜଣ ଯବାନ ସହିଦ ହୋଇଥିଲେ। ଚଳିତ ବର୍ଷ ସେପ୍ଟେମ୍ୱର ସୁଦ୍ଧା ପାକିସ୍ତାନ ମୋଟ ୨୦୫୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ପାକିସ୍ତାନ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡିଛି । ବାରମ୍ବାର ଅସ୍ତ୍ରବିରତି ଉଲ୍ଲଘନ କରି ସୀମାରେ ବିଶୃଙ୍ଖଳା ସୃଷ୍ଟି କରୁଛି ପାକିସ୍ତାନ ।