ମହାରାଷ୍ଟ୍ର ( ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ ରାଜସ୍ଥାନ ରାଜନୀତିକୁ ନେଇ ଚର୍ଚ୍ଚା ଜୋର ଧରିଛି । କିଏ ରାଜସ୍ଥାନରେ କ୍ଷମତାରେ ରହିବ ତାକୁ ନେଇ ଉଠୁଛି ପଡୁଛି ରାଜସ୍ଥାନ । ତେବେ ଏହି ଭିତରେ ଏବେ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।
ଉଦ୍ଧବ ଠାକରେ କହିଛନ୍ତି ଯଦି କେହି ମୋ ସରକାରଙ୍କୁ ଭାଙ୍ଗିବାକୁ ଚାହୁଁଛି ସେ ଭାଙ୍ଗୁ । ମୋ ସରକାର ତିନି ଚକିଆ ସରକାର ହୋଇପାରେ । ମାତ୍ର ଗାଡିର ଷ୍ଟିୟରିଂ ଏବେ ମୋ ହାତରେ । ମୁଁ ସବୁବେଳେ ଗରିବଙ୍କ ସହିତ ଛିଡା ହୋଇ ରହିବି । ସେ ଆହୁରି ମଧ୍ୟ କହିଛନ୍ତି ସେମିତି କେହି ବରୋଧୀ ନେତା ନାହାନ୍ତି ଯିଏ ଅନ୍ୟ ଦଳରୁ ଯାଇ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସେ ଏହି ଭିତରେ ବିଜେପିକୁ ମଧ୍ୟ ଟାଗ୍ରେଟ କରିଛନ୍ତି ।