ମୁମ୍ବାଇ ( ଏଟିଆର ବ୍ୟୁରୋ): ଦୀର୍ଘଦିନ ହେଲା ଚାଲିଥିବା ମହାରାଷ୍ଟ୍ର ପଲିଟିକାଲ ଡ୍ରାମା ଆଜି ଶେଷ ହୋଇଛି । ଆଜି ହୋଇଥିବା ଫ୍ଲୋର ଟେଷ୍ଟରେ ବାଜି ମାରି ନେଇଛି ଉଦ୍ଧବ ସରକାର । ଆଜିର ଫ୍ଲୋର ଟେଷ୍ଟରେ ବିଧାନସଭାର ୧୬୯ ସଦସ୍ୟ ସମର୍ଥନ କରିଛନ୍ତି । ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର ରହିଛି ୧୪୫ ।
ସୂଚନାଯୋଗ୍ୟ ଆସନ୍ତାକାଲି ବିଧାନସଭାର ବାଚସ୍ପତି ପାଇଁ ମତଦାନ ଓ ବିରୋଧୀ ପକ୍ଷ ନେତା ଘୋଷଣା ହେବ । ଉଦ୍ଧବ ଠାକରେଙ୍କୁ ରାଜ୍ୟପାଳ ଡିସେମ୍ବର ୩ ଯାଏଁ ବହୁମତ ପ୍ରଦର୍ଶନ କରିବାକୁ ସମୟ ଦେଇଥିଲେ । ପୂର୍ବରୁ ଏଠାରେ ବିଜେପି ସରକାର ଗଢିଥିଲା । ମାତ୍ର ବିଜେପି ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେଇଥିଲେ ଦେବେନ୍ଦ୍ର ଫଡନାବିସ ।