ଅଯୋଧ୍ୟା ( ଏଟିଆର ବ୍ୟୁରୋ): ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଆଜି ଅଯୋଧ୍ୟା ପହଞ୍ଚିଛନ୍ତି । ସେଠାରେ ପହଞ୍ଚିବା ପରେ ନବନିର୍ବାଚିତ ଶିବସେନାର ୧୮ ସାଂସଦଙ୍କ ସହିତ ସେ ଅସ୍ଥାୟୀ ରାମ ମନ୍ଦିରରେ ପୂଜା ଅର୍ଚ୍ଚନା କରିଛନ୍ତି । ଉଦ୍ଧବଙ୍କ ସହିତ ତାଙ୍କ ପୁଅ ଆଦିତ୍ୟ ମଧ୍ୟ ସେଠାରେ ରହି ପୂଜା ଅର୍ଚ୍ଚନା କରିଛନ୍ତି । ତେବେ ପ୍ରଭୁ ରାମଙ୍କ ଦର୍ଶନ କରି ସାରିବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ରାମ ମନ୍ଦିର ନିର୍ମାଣ ନିର୍ବାଚନୀ ପ୍ରସଙ୍ଗ ନଥିଲା । ଦଳ କେବଳ ନାରା ଦେଇ ଥିଲା କି ପ୍ରଥମେ ରାମ ମନ୍ଦିର ପରେ ସରକାର ।
ଆସନ୍ତା କାଲି ଠାରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ମୋର ପୁରା ବିଶ୍ୱାସ ରହିଛି ରାମ ମନ୍ଦିର ଖୁବ ଶିଘ୍ର ନିର୍ମାଣ ହେବ । ଅଯୋଧ୍ୟା ଏମିତି ଏକ ସ୍ଥାନ ଯେଉଁଠିକୁ ଥରେ ଆସିଲେ ବାରମ୍ବାର ଆସିବାକୁ ମନ ହେଉଛି । ଉଦ୍ଧବ କହିଛନ୍ତି ରାମ ମନ୍ଦିର ପ୍ରସଙ୍ଗ କୋର୍ଟରେ ରହିଛି । ଏବେ ମଜବୁତ ସରକାର ରହିଛି । ଯଦି ଆବଶ୍ୟକ ପଡେ ସରକାରଙ୍କ ଜରିଆରେ ରାମ ମନ୍ଦିର ନିର୍ମାଣ କରାଯିବ ।
ଆମେ ଚାହୁଁଛୁ ସରକାର ରାମ ମନ୍ଦିର ପ୍ରସଙ୍ଗ ଉପରେ ଅଧ୍ୟାଦେଶ ଆଣନ୍ତୁ । ଆମେ ଚାହୁଁଛୁ ସବୁ ହିନ୍ଦୁ ଏକାଠି ହୁଅନ୍ତୁ । ଆମେ ସରକାର ସହିତ ଅଛୁ । ଆମେ ଏକାଠି ହୋଇ ରାମ ମନ୍ଦିର ନିର୍ମାଣ କରିବୁ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଉଦ୍ଧବ ରାମ ମନ୍ଦିର ଯାଉଥିବା ସମୟରେ ସେଠାରେ ଶିବସେନା ସମର୍ଥକ ମାନେ ଜୟ ଶ୍ରୀରାମ ନାରା ଦେଇଥିଲେ ।