ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପନା କରିବେ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ବଜେଟ୍ । ବହୁ ସାମଗ୍ରୀରେ ଦରଦାମ୍ ବୃଦ୍ଧି, ଅର୍ଥନୀତିରେ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଆୟରେ ହ୍ରାସ ଭଳି ଅର୍ଥନୀତିରେ ଅନେକ ଆହ୍ୱାନ ରହିଛି । ବଜେଟରେ ସାଧାରଣ ଜନତାଙ୍କ ଆୟକରରେ ରିହାତି ଉରେ ନଜର ରହିଥାଏ । କରୋନା ପାଇଁ ସାଧାରଣ ଜନତାଙ୍କ ରୋଜଗାର ପ୍ରଭାବିତ ହୋଇଛି । ସେଥିପାଇଁ ଲୋକେ ଏଥର ବହୁତ କିଛି ଆଶା ରଖିଛନ୍ତି । ବଜେଟ ଜରିଆରେ ସରକାର କିଛି ଜନହିତକର ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି ।
୨୦୨୦ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ବଜେଟ ଉପସ୍ଥାପନା କରିଥିଲେ, ଏଥିରେ ସେ ଏକ ନୂଆ ଟ୍ୟାକ୍ସ ବ୍ୟବସ୍ଥା ରଖିଥିଲେ । ନୂଆ ସ୍କିମ୍ରେ କୁହାଯାଇଥିଲା ଯେ, ଯଦି ଆପଣ ସବୁ ରିହାତି ଛାଡ଼ି ଦେବେ, ତା’ହେଲେ କମ୍ ଟ୍ୟାକ୍ସ ଦେବାକୁ ପଡ଼ିବ । ନୂଆ ସ୍କିମରେ ନୂଆ ସ୍ଲେବ ମଧ୍ୟ ଯୋଡ଼ାଯାଇଥିଲା ।