ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୋଭିଡ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଭିଡିଓ କନଫରେନସିଙ୍ଗ ଜରିଆରେ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକର ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରର ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି ।
ଏହାପୂର୍ବରୁ ମାର୍ଚ୍ଚ ୨୫ରେ ୭ ଲୋକ କଲ୍ୟାଣ ମାର୍ଗରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ କ୍ୟାବିନେଟ୍ ବୈଠକ କରାଯାଇଥିଲା । ଯେଉଁଥିରେ ସାମାଜିକ ଦୂରତା
ବଜାୟ ରଖାଯାଇଥିଲା । ଏହି ବୈଠକରେ ଏକ ମିଟର ଦୂରତାରେ ମନ୍ତ୍ରୀମାନେ ବସିଥିଲେ ।
ମାରାତ୍ମକ ଭାଇରସ କରୋନା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହା ଏପ୍ରିଲ ୧୪ ଯାଏଁ ଜାରି ରହିବ ।ଏହି ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ଏକ ମାତ୍ର ଉପାୟ ହେଉଛି ସାମାଜିକ ଦୂରତା ।