ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବଲିଉଡ ଗାୟିକା କନିକା କପୁରଙ୍କ ଷଷ୍ଠ କୋଭିଡ୧୯ ରିପୋର୍ଟ ନେଗେଟିଭ୍ ଆସିଛି । ଏହାପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି । କିନ୍ତୁ ଏହାପରେ ସେ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରେ ରହିବେ । ମାତ୍ର ତାଙ୍କର ପୂର୍ବରୁ ପରୀକ୍ଷା ହୋଇଥିବା ୫ମ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କର ଚିନ୍ତା ଅଧିକ ବଢି ଯାଇଥିଲା ।
ମାର୍ଚ୍ଚ ୧୪ରେ କନିକା ଲଣ୍ଡନରୁ ଫେରି ଲାକ୍ଷେ୍ନø ଯାଇଥିଲେ । ସେଠାରେ ସେ ତିନୋଟି ପାର୍ଟିରେ ଯୋଗ ଦେଇଥିଲେ । ଏହି ପାର୍ଟିରେ ଅନେକ ବଡ ବଡ ଲୋକ ସାମିଲ ଥିଲେ । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଏବଂ ତାଙ୍କ ପୁଅ ଦୁଷ୍ୟନ୍ତ ସଂ ପରିବାର ସହ ସାମିଲ ହୋଇଥିଲେ । ଏହାସହିତ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂ ଓ ତାଙ୍କ ପତ୍ନୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜତିନ ପ୍ରସାଦ ଓ ତାଙ୍କ ପରିବାର, ୟୁପିର ପୂର୍ବତନ ମନ୍ତ୍ରୀ ରଘୁରାଜ ପ୍ରତାପ ସିଂହ ସମେତ ଅନେକ ବରିଷ୍ଠ ନେତାମାନେ ଏହି ପାର୍ଟିରେ ସାମିଲ ଥିଲେ ।