ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କେନ୍ଦ୍ରୀୟ ସ୍ୱାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଆଜି ଗ୍ରୁପ୍ ଅଫ ମିନିଷ୍ଟର (ଜିଓଏମ) ର ୨୪ତମ ବୈଠକ ଅନୁଷ୍ଠିତ କରିଛନ୍ତି । ଏହି ବୈଠକରେ କେନ୍ଦ୍ରୀୟ ମନ୍ତ୍ରୀ ଏସ ଜୟଶଙ୍କର, ହରଦୀପ ସିଂ ପୁରୀ ଏବଂ ଅଶ୍ୱିନୀ କୁମାର ଚୌବେ ଉପସ୍ଥିତି ରହିଥିଲେ । ବୈଠକ ଶେଷ ହେବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ପ୍ରେସ କନଫରେନ୍ସ କରି କରୋନା ରୋଗୀ ସମ୍ବନ୍ଧିତ ତଥ୍ୟ ପ୍ରଦାନ କରିଛନ୍ତି ।
ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି, ଦେଶରେ ଏପର୍ଯ୍ୟନ୍ତ ଏକ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ ଜଣ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଲେଣି । ଗୋଟେ ସମୟରେ ସୁସ୍ଥ ସଂଖ୍ୟା ୯୬ ରୁ ୯୭ ପ୍ରତିଶତ ପର୍ଯ୍ୟନ୍ତ ପହଁଚି ଯାଇଥିଲା କିନ୍ତୁ ଏବେ ହ୍ରାସ ହୋଇ ୯୧.୨୨ ପ୍ରତିଶତ ହୋଇଯାଇଛି । ଗତ ୭ ଦିନ ମଧ୍ୟରେ ୧୪୯ ଜିଲ୍ଲାରେ କୌଣସି ନୂତନ ମାମଲା ସାମ୍ନାକୁ ଆସିନାହିଁ । ଏପର୍ଯ୍ୟନ୍ତ ୦.୪୬ ପ୍ରତିଶତ ଗୁରୁତର ରୋଗୀ ଭେଣ୍ଟିଲେଟରରେ, ୨.୩୧ ପ୍ରତିଶତ ରୋଗୀ ଆଇସିୟୁରେ ଏବଂ ୪.୫୧ ପ୍ରତିଶତ ରୋଗୀ ଅକ୍ସିଜେନ୍ ବେଡରେ ଅଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି କି, ଲଗାତର ଭାବେ ମୃତ୍ୟୁ ହାର କମ ହେବାରେ ଲାଗିଛି । ଏବେ ମୃତ୍ୟୁହାର ୧.୨୮ ପ୍ରତିଶତ ରହିଛି ।