ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢାଉଛି କରୋନା । ଲାଗୁନି ବ୍ରେକ୍ । ପୁରା କଲବଲ କରି ରଖିଛି । ଉଦବେଗଜନକ ଭାବେ ରାଜ୍ୟରେ ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ପୁଣି ଆଉ ୧୪୩୪ ନୂତନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୮୮୯ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୫୪୫ ଜଣ ସ୍ଥାନୀୟ ଅଞ୍ଚଳର । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।
Covid-19 Report For 1st August
New Positive Cases: 1434
In Quarantine: 889
Local Contacts: 545(Details of local contacts will be shared by concerned District Administration)
District Wise Cases
1. Angul: 9
2. Balasore: 12
3. Bargarh: 5
4. Bhadrak: 25
5. Boudh: 5— I & PR Department, Odisha (@IPR_Odisha) August 2, 2020
ରାଜ୍ୟରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୯, ବାଲେଶ୍ୱରର ୧୨, ବରଗଡର ୫,ଭଦ୍ରକର ୨୫,ବୌଦ୍ଧର ୫, କଟକର ୧୨୩, ଢେଙ୍କାନାଳର ୧୩,ଗଜପତିର ୯୧, ଗଞ୍ଜାମର ୩୨୦, ଜଗତସିଂହପୁରର ୧୫, ଯାଜପୁରର ୫୭, ଝାରସୁଗୁଡାର ୬, କଳାହାଣ୍ଡିର ୧୮, କନ୍ଧମାଳର ୪୪, କେନ୍ଦ୍ରାପଡାର ୨୨, କେନ୍ଦୁଝରର ୨, ଖୋର୍ଦ୍ଧାର ୨୧୮, କୋରାପୁଟର ୧୨, ମାଲକାନାଗିରିର ୨୪,ମୟୁରଭଞ୍ଜର ୧, ନବରଙ୍ଗପୁରର ୨, ନୟାଗଡର ୮, ନୂଆପଡାର ୭, ପୁରୀର ୬୫, ରାୟଗଡାର ୧୯୭, ସମ୍ବଲପୁରର ୫୧, ସୋନପୁର ୬ ଏବଂ ସୁନ୍ଦରଗଡର୭୬ ଜଣ ରହିଛନ୍ତି । ସର୍ବମୋଟ ୨୯ ଟି ଜିଲ୍ଲାର ୧୪୩୪ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ଗତକାଲି ରାଜ୍ୟରେ ୭୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
22. Nawarangpur: 2
23. Nayagarh: 8
24. Nuapada: 7
25. Puri: 65
26. Rayagada: 197
27. Sambalpur: 51
28. Sonepur: 6
29. Sundargarh: 76New Recoveries: 756
Cumulative Tested: 543316
Positive: 34913
Recovered: 21273
Active Cases: 13404— I & PR Department, Odisha (@IPR_Odisha) August 2, 2020
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୧୩ କୁ ବୃଦ୍ଧି ପାଇଛି । ସେଥିରୁ ୨୧୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଥିବା ବେଳେ ୧୩୪୦୪ ଜଣ ଚିକିତ୍ସିତ ହେଉଛନ୍ତି ।